ଦେଶ ବିଦେଶ ମନୋରଞ୍ଜନ

ସ୍ୱାସ୍ଥ୍ୟ ସମସ୍ୟା ହେତୁ ଅମିତାଭ ବଚ୍ଚନଙ୍କର ଅସ୍ତ୍ରୋପଚାର କରାଯିବ

ନୂଆଦିଲ୍ଲୀ: ପୁନର୍ବାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିବାରୁ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କର ଅସ୍ତ୍ରୋପଚାର ହୋଇପାରେ। ଶନିବାର ଦିନ ୭୮ ବର୍ଷିୟ ଅଭିନେତା ବଚ୍ଚନ ତାଙ୍କ ବ୍ଲଗ୍‌ରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି ଯେ, ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯିବ। ତେଣୁ, ସେ ବ୍ଲଗ୍‌ ଲେଖିପାରିବେ ନାହିଁ।

ଚଳଚ୍ଚିତ୍ର ନିର୍ମାତ ବିକାଶ ବହଲ୍‌ଙ୍କ ଆଗାମୀ ସିନେମା ନିମନ୍ତେ ସୁଟିଙ୍ଗ୍‌ ଆରମ୍ଭ କରିବେ ବୋଲି ପୂର୍ବରୁ ଅମିତାଭ ଜଣାଇଥିଲେ।

ସୂଚନାଯୋଗ୍ୟ, ଅମିତାଭଙ୍କ ଆଗାମୀ ଚଳଚ୍ଚିତ୍ର ‘ଝୁଣ୍ଡ୍‌’ ଜୁନ୍‌ ୧୮ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ନାଗରାଜ ପୋପାତ୍ରାଓ ମୁଞ୍ଜୁଲେ। ଏହାବ୍ୟତୀତ ଏବର୍ଷ ଏପ୍ରିଲ୍‌ ୩୦ରେ ମୁକ୍ତିଲାଭ କରୁଥିବା ‘ଚେହେରେ’ ଚଳଚ୍ଚିତ୍ରରେ ମଧ୍ୟ ଅମିତାଭଙ୍କ ଅଭିନୟ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ