ଦେଶ ବିଦେଶ ମନୋରଞ୍ଜନ

ଭିଡ଼ ଭିତରୁ ଦୀପିକାଙ୍କ ବ୍ୟାଗ୍‌କୁ ଭିଡ଼ି ଧରିଲେ ମହିଳା, ତାପରେ…

ମୁମ୍ବାଇ: ଗୁରୁବାର ରାତିରେ ମୁମ୍ବାଇର ଏକ ଭୋଜନାଳୟରୁ ବାହାରିବା ପରେ ଏକ ଭିଡ଼ ମଧ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଗତକାଲି ଭୋଜନାଳୟରୁ ବାହାରିବା ବେଳେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ। ସେଥି ମଧ୍ୟରେ ଜଣେ ମହିଳା ଦୀପିକାଙ୍କ ବ୍ୟାଗ୍‌କୁ ଜୋର୍‌ କରି ଟାଣି ଧରିଥିଲେ। ମହିଳା ଜଣକ ଟିସୁ ପେପର୍‌ ବିକାଳି ଥିଲେ। ଦୀପିକାଙ୍କୁ ତାଙ୍କ ଟିସୁ କିଣିବାକୁ ନିବେଦନ କରି ମହିଳା ଜଣକ ଖୁବ୍ ଜୋର୍‌ରେ ତାଙ୍କ ବ୍ୟାଗକୁ ଭିଡ଼ି ଧରିଥିଲେ।

ଅଭିନେତ୍ରୀଙ୍କୁ ସୁରକ୍ଷା ଯୋଗାଉଥିବା ଦଳ ଭିଡ଼ ଭିତରକୁ ଆସି ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲେ। ମାତ୍ର ପୂରା ଘଟଣା ପରେ ବି ଦୀପିକା ଏକ୍‌ଦମ୍‌ ଶାନ୍ତ ରହିଥିଲେ। ଶେଷରେ ସେ ଏକ ସୁନ୍ଦର ହସ ଦେଇ ତାଙ୍କ ଗାଡ଼ିରେ ବସି ପ୍ରଶଂସକଙ୍କ ନିକଟରୁ ବିଦାୟ ନେଇଥିଲେ।

ସେହି ସମୟର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଦୀପିକା ଆରମ୍ଭରୁ ବେଶ୍‌ ଶାନ୍ତ ରହିଥିଲେ। ମାତ୍ର ମହିଳା ଜଣକ ତାଙ୍କ ବ୍ୟାଗ୍‌କୁ ଭିଡ଼ିବାରୁ ସେ ସାମାନ୍ୟ ଚିନ୍ତିତ ହୋଇ ପଡ଼ିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ