ଦେଶ ବିଦେଶ ମନୋରଞ୍ଜନ

ପ୍ରସିଦ୍ଧ ଗାୟକ ସରଦୂଲ ସିକନ୍ଦରଙ୍କ ପରଲୋକ: କରୋନାରେ ଥିଲେ ଆକ୍ରାନ୍ତ

ମୁମ୍ବାଇ ୨୪/୦୨ : ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୂଲ ସିକନ୍ଦରଙ୍କ ୬୦ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଡନୀ ସମସ୍ୟା ଯୋଗୁଁ ତାଙ୍କୁ ଗତ ସପ୍ତାହରେ ମୋହାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସଫଳ କିଡନୀ ଅପରେସନ ହୋଇଥିଲା। କିନ୍ତୁ ସେ କରୋନା ସଂକ୍ରମଣର ଶିକାର ହୋଇଗଲେ। ବୁଧବାର ଦିନ ସରଦୂଲ ସିକନ୍ଦର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପଞ୍ଜାବୀ ସଂଗୀତ ଦୁନିଆର ଏକ ବଡ ଗାୟକ ଥିଲେ। ତାଙ୍କ ଦେହାନ୍ତ ଖବର ପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମେତ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ସରଦୂଲ ସିକନ୍ଦରଙ୍କ ଦେହାନ୍ତ ଖବର ଶୁଣି ସେ ବହୁତ ଦୁଃଖିତ। ପଞ୍ଜାବୀ ସଂଗୀତ ଦୁନିଆର ଏକ ବଡ କ୍ଷତି ହୋଇଛି ବୋଲି କହିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

କମେଡିଆନ କପିଲ ଶର୍ମା ଓ ଦଲେର ମେହେନ୍ଦି ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖଦାୟକ ଖବର। ତାଙ୍କ ଗୀତ ଶୁଣି ଲୋକେ ବି ମସଗୁଲ ହୋଇଯାନ୍ତି। ଈଶ୍ୱର ନିଜ ଚରଣରେ ଆପଣଙ୍କୁ ସ୍ଥାନ ଦିଅନ୍ତୁ ବୋଲି ସେ ଟ୍ୱିଟରେ ଲେଖିଛନ୍ତି।

ଦଲେର ମେହେନ୍ଦି ମଧ୍ୟ ଟ୍ୱିଟ କର ଶୋକ ପ୍ରକାଶ କରିଛନ୍ତି। ସରଦୂଲ ସିକନ୍ଦରଙ୍କ ଦେହାନ୍ତ ତାଙ୍କ ପରିବାର ଓ ମ୍ୟୁଜିକ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ କ୍ଷତି ବୋଲି ସେ କହିଛନ୍ତି।

ସରଦୂଲ ସିକନ୍ଦରଙ୍କ ଦୁଇଆ ପୁଅ ଅଛନ୍ତି। ଦୁଇଆ ପୁଅ ମଧ୍ୟ ସଂଗୀତ ଦୁନିଆ ସହ ଜଡିତ। ସରଦୂଲ ସିକନ୍ଦରଙ୍କୁ ପିଲାଦିନୁ ଗୀତ ଗାଇବାର ସଉକ ଥିଲା। ୧୯୮୦ ଦଶକରେ ସେ ନିଜର ପ୍ରଥମ ଆଲବମ ‘ରୋଡ଼ବେଜ ଦି ଲାରି’ କରିଥିଲେ। ଗୀତ ଗାଇବା ସହ ଆକ୍ଟିଙ୍ଗ କରିବାରେ ମଧ୍ୟ ତାଙ୍କର ସଉକ ଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ