କଳା ଓ ସଂସ୍କୃତି ଧର୍ମ

ସଙ୍କଟ ସମୟରେ ବଦଳିଯାଏ ଏହି କୁଣ୍ଡର ଜଳ, ବିପଦ ସଙ୍କେତ ଦେଇଥାନ୍ତି ଦେବୀ ଖୀର ଭବାନୀ,

ଶ୍ରୀନଗର ୨୩/୦୨ : ଭାରତରେ ପ୍ରତିଷ୍ଠିତ ପ୍ରତ୍ୟେକ ମନ୍ଦିର ପଛରେ ଏକ ଧାର୍ମିକ ବିଶ୍ୱାସ ରହିଥାଏ । ଠିକ୍ ସେହିପରି କାଶ୍ମୀରରେ ଏକ ଏମିତି ମନ୍ଦିର ରହିଛି ଯାହା କୁଣ୍ଡର ପାଣି କୌଣସି ସଙ୍କଟ ଆସିବା ପୂର୍ବରୁ ନିଜର ରଙ୍ଗ ବଦଳାଇ ଦେଇଥାଏ । ଫଳରେ ଲୋକମାନେ ସତର୍କ ହୋଇ ଯାଇଥାନ୍ତି । ଦେବୀଙ୍କ ଏହି ମନ୍ଦିରର ନାମ ହେଉଛି ‘ଖୀର ଭବାନୀ’ ।ଏହା ଶ୍ରୀନଗରଠାରୁ ପ୍ରାୟ ୨୭ କିଲୋମିଟର ଦୂରରେ ଥିବା ତୁଲ୍ଲା ମୁଲ୍ଲା ଗ୍ରାମରେ ଅବସ୍ଥିତ । ବିଶ୍ୱାସ କରାଯାଏ, ଏଠାରେ କୁଣ୍ଡର ପାଣି ରଙ୍ଗ ବଦଳାଇବା ଭବିଷ୍ୟତର ସଙ୍କଟକୁ ସୂଚାଇଥାଏ ।

ପୁରାଣ ଅନୁଯାୟୀ, ଦେବୀ ଖୀର ଭବାନୀ ପ୍ରଥମେ ଲଙ୍କାରେ ରହୁଥିଲେ । ଶୁଣାଯାଏ ଲଙ୍କାର ରାଜା ରାବଣ ମାତାଙ୍କର ଭକ୍ତ ଥିଲେ । କିନ୍ତୁ ମାତା ସୀତାଙ୍କୁ ହରଣ କରିଥିବାରୁ ରାବଣ ଉପରେ ରାଗିଯାଇ ଦେବୀ ଲଙ୍କା ଛାଡିଦେଇଥିଲେ ।ବିଶ୍ୱାସ କରାଯାଏ, ରାବଣ ଦେବୀ ସୀତାଙ୍କୁ ଅପହରଣ କଲାବେଳେ ଦେବୀ ‘ଖୀର ଭବାନୀ’, ରାବଣ ଉପରେ ରାଗିଯାଇ ହନୁମାନଙ୍କୁ ଲଙ୍କାରୁ ତାଙ୍କ ମୂର୍ତ୍ତି ହଟାଇ ଅନ୍ୟ ସ୍ଥାନରେ ସ୍ଥାପନ କରିବାକୁ କହିଥିଲେ । ତା’ପରେ ହନୁମାନ କାଶ୍ମୀରରେ ତାଙ୍କର ପ୍ରତିମା ସ୍ଥାପନ କରିଥିଲେ ।

ଏଠାରେ ଏକ ଚମତ୍କାର କୁଣ୍ଡ ରହିଛି । ଏହାର ବିଶେଷତ୍ୱ ​​ହେଉଛି, କୌଣସି ସଙ୍କଟ କିମ୍ବା ଶୁଭ ସଙ୍କେତ ଆସିବା ପୂର୍ବରୁ କୁଣ୍ଡରେ ଥିବା ପାଣିର ରଙ୍ଗ ବଦଳିଯାଇଥାଏ । ପାଣି ଲାଲ କିମ୍ବା କଳା ରଙ୍ଗ ହେଲେ ସଙ୍କଟର ସୂଚନା ଏବଂ ସବୁଜ ରଙ୍ଗ ହେଲେ ଶୁଭ ସୂଚନା ଦେଇଥାଏ । ଲୋକମାନେ ଦୂରଦୂରାନ୍ତରୁ ମାଙ୍କ ଦର୍ଶନ ଏବଂ ଏହି କୁଣ୍ଡକୁ ଦେଖିବାକୁ ଆସିଥାନ୍ତି । କାର୍ଗିଲ ଯୁଦ୍ଧ ସମୟରେ କୁଣ୍ଡର ପାଣି ଲାଲ ହୋଇଯାଇଥିବା ଶୁଣିବାକୁ ମିଳିଥିଲା । କାଶ୍ମୀରରେ ଧାରା ୩୭୦ ହଟାଯିବା ପରେ ଏହାର ଜଳ ସବୁଜ ହୋଇଯାଇଥିଲା । ଦେବୀଙ୍କୁ ପ୍ରସନ୍ନ କରି ତାଙ୍କ କୃପା ପାଇବା ପାଇଁ ତାଙ୍କୁ ଖିରୀ ଭୋଗ ଲଗାଯାଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ