ଖେଳ ଦେଶ ବିଦେଶ ରାଜ୍ୟ

ସନ୍ଦୀପ ସ୍ମାରକୀ ଟେନିସ୍‌ରେ ସର୍ବାଧିକ ‘ପୁରୁଷ ଏକକ’ ପୁରସ୍କାର ୫ ବର୍ଗରେ ଖେଳିବେ ‌ଦେଢ ଶହରୁ ଅଧିକ ଖେଳାଳି

ଭୁବନେଶ୍ବର: ମାର୍ଚ ୩ ତାରିଖରୁ ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍ ରିସୋର୍ଟରେ ସନ୍ଦୀପ ମହାପାତ୍ର ସ୍ମାରକୀ ଓପନ୍ ଟେନିସ୍ ପ୍ରତିଯୋଗିତା ଖେଳାଯିବ। ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାଞ୍ଚଟି ବର୍ଗ ଯଥା ପୁରୁଷ ଏକକ, ମହିଳା ଏକକ, ୧୬ ବର୍ଷରୁ କମ୍ ବାଳକ, ୧୬ ବର୍ଷରୁ କମ୍ ବାଳିକା ଏବଂ ପୁରୁଷ ଯୁଗଳରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟର ଦେଢ଼ ଶହରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। ୧,୭୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

ଏଥର ପୁରୁଷ ଏକକ ବର୍ଗରେ ରାଜ୍ୟରେ ସର୍ବାଧିକ ୩୦,୦୦୦ ଟଙ୍କାର ପୁରସ୍କାର ଦିଆଯିବ। ସେହିଭଳି ଉପବିଜେତାଙ୍କୁ ୧୫,୦୦୦ ଟଙ୍କା ମିଳିବ। ପୁରୁଷ ଯୁଗଳ ବିଜେତାଙ୍କୁ ୨୦,୦୦୦ ଏବଂ ବାଳକ ଓ ବାଳିକା ବର୍ଗ ବିଜେତାଙ୍କୁ ୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପ୍ରତିଯୋଗିତା ପାଇଁ ପଞ୍ଜୀକରଣର ଶେଷ ତାରିଖ ମାର୍ଚ ପହିଲା ରଖାଯାଇଛି। ଆଗ୍ରହୀ ଖେଳାଳିମାନେ ୯୭୭୭୧୭୭୦୩୮ ନମ୍ବରକୁ ହ୍ବାଟସ୍ଆପ୍ କରି ନାମ ପଞ୍ଜୀକରଣ କରି ପାରିବେ। ପୁରୁଷ ଏକକ ପାଇଁ ପ୍ରବେଶିକା ଦେୟ ୧,୦୦୦, ମହିଳା ଏକକ ପାଇଁ ୭୫୦, ପୁରୁଷ ଯୁଗଳ ପାଇଁ (ଦଳ ପିଛା) ୧,୦୦୦ ଏବଂ ୧୬ ବର୍ଷରୁ କମ୍ ବାଳକ ଓ ବାଳିକାଙ୍କ ପାଇଁ ୬୦୦ ଟଙ୍କା ରଖା ଯାଇଛି। ସୋମବାର ସୁଦ୍ଧା ବିଭିନ୍ନ ବର୍ଗକୁ ମିଶାଇ ୧୦୦ରୁ ଅଧିକ ପିଲା ନାମ ପଞ୍ଜୀକରଣ କରି ସାରିଥିବା ଆୟୋଜକଙ୍କ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଏଥିରେ ଗୁରୁକୁଳ ଟେନିସ୍ ରିସୋର୍ଟ ମୁଖ୍ୟ ଚିନ୍ମୟ ପ୍ରଧାନ, ନିର୍ଦ୍ଦେଶକ ସନ୍ତୋଷ ମଲ୍ଲିକ ଏବଂ ସ୍ବର୍ଗତ ସନ୍ଦୀପ ମହାପାତ୍ରଙ୍କ ପିତା‌ ଜଗଦାନନ୍ଦ ମହାପାତ୍ର ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ନିଜ ସମୟରେ ଜଣେ ପ୍ରତିଭାବାନ ଟେନିସ୍ ଖେଳାଳି ଥିବା ମେଜର ସନ୍ଦୀପ ମହାପାତ୍ରଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯିବା ପରେ ତାଙ୍କ ସ୍ମୃତି‌ରେ ୨୦୧୩ ମସିହାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି। କୋଭିଡ୍ କଟକଣା ପାଇଁ ଗତବର୍ଷ କିନ୍ତୁ ଏହି ପ୍ରତିଯୋଗିତା ଖେଳା ଯାଇ ପାରି ନଥିଲା। ଏଥରର ପ୍ରତିଯୋଗିତା ବେଳେ ସମସ୍ତ ସତର୍କତା ଅବଲମ୍ବନ କରାଯିବା ସହ କୋଭିଡ୍ ନିୟମକୁ କଡ଼ା କଡ଼ି ଭାବେ ପାଳନ କରାଯିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ