ଖେଳ ଦେଶ ବିଦେଶ

ଭୁବନେଶ୍ବର ଜିତିଲା ଅନ୍ତଃଜିଲ୍ଲା ମହିଳା ଫୁଟ୍‌ବଲ୍‌ ଟ୍ରଫି

ଝାରସୁଗୁଡ଼ା : ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଚାଲିଥିବା ଅନ୍ତଃଜିଲ୍ଲା ପିସି ବେହେରା ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ରବବାର ଉଦ୍‌ଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ କଟକକୁ ୬-୫ (ଟାଇବ୍ରେକର୍‌) ଗୋଲ୍‌ରେ ପରାସ୍ତ କରି ଭୁବନେଶ୍ବର-ଏ ବିଜେତା ହୋଇଛି। ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ଫଳରେ ନିର୍ଧାରିତ ସମୟ ଗୋଲ୍‌ ଶୂନ୍ୟ ରହିଥିଲା। ଲୋଚନା ମୁଣ୍ତା ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଅତିଥିଙ୍କଠାରୁ ଟ୍ରଫି ଗହଣ କରିଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭୁବନେଶ୍ବରର ସୁଭଦ୍ରା ସାହୁଙ୍କୁ ଗୋଲ୍ଡେନ୍‌ ବୁଟ୍‌ ପ୍ରଦାନ କରାଯାଇଥିଲା। କଟକର ସସ୍ମିତା ପରିଡ଼ା (ଶ୍ରେଷ୍ଠ ଗୋଲ୍‌ରକ୍ଷକ), ଭୁବନେଶ୍ବରର ମନୀଷା ପାନ୍ନା (ଶ୍ରେଷ୍ଠ କ୍ଷେତ୍ରରକ୍ଷକ) ପୁରସ୍କୃତ ହୋଇଥିଲେ। ସତ୍ୟବତୀ ଖଡ଼ିଆ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଫାଇନାଲ ଖେଳକୁ ପି ରାଜେଶ୍ବର ରାଓ, ଅମିରା ପ୍ରଧାନ, ବିଚିତ୍ରା ପ୍ରଧାନ, ଶଶିକାନ୍ତ ଦଶରିଆ, କାପୁରା ମୁର୍ମୁ ଓ ରାଜ୍ୟ ମହିଳା ଫୁଟ୍‌ବଲ୍‌ ଚୟନକର୍ତ୍ତା କଳ୍ପନା ବେହେରା ପରିଚାଳନା କରିଥିଲେ। ଫୁଟ୍‌ବଲ୍‌ ସଂଘର ରବି ମହାପାତ୍ର ପର୍ଯ୍ୟବେକ୍ଷକ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ