ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଜନ ହ୍ରାସ କରିବାକୁ ଚାହୁଁଥି‌ଲେ ଖାଦ୍ୟରେ ଏସବୁକୁ ଆଦୌ ସାମିଲ କରନ୍ତୁ ନାହିଁ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖା ଦେଇଛି ବହୁ ଚେଷ୍ଟା ପରେ ବି ଲୋକମାନେ ତାଙ୍କ ଓଜନ ହ୍ରାସ କରି ପାରନ୍ତି ନାହିଁ। କାରଣ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆପଣ ଖାଉଥିଲେ ତାହା ଓଜନ ହ୍ରାସ କରିବାକୁ ଦିଏ ନାହିଁ। ଏଭଳି ଖାଦ୍ୟରେ ଥିବା ଫ୍ୟାଟ, କାର୍ବୋହାଇଡ୍ରେଟରୁ ଶରୀରକୁ ଆକସ୍ମିକ ଭାବେ ହାଏ କ୍ୟାଲୋରୀ ମିଳିଯାଇଥାଏ, ଯାହା ଦ୍ବାରା ଶରୀରରୁ ଚର୍ବି ହ୍ରାସ କରିବା ସହଜ ହୋଇ ନଥାଏ। ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ କେଉଁ ସବୁ ଖାଦ୍ୟରୁ ନିବୃତ୍ତ ରହିବା ଉଚିତ।

ସାଧାରଣତଃ ଲୋକମାନେ ପ୍ରତ୍ୟେକ ଖାଦ୍ୟରେ ଆଳୁକୁ ସା‌ମିଲ କରିଥାଆନ୍ତି। ତେବେ ଖବୁ ଅଳ୍ପ ଲୋକ ଜାଣିଥିବେ କି ଆଳୁ ହଠାତ ଶରୀରରେ ଓଜନ ବୃଦ୍ଧି କରିଥାଏ। କାରଣ ଆଳୁରୁ ଶରୀରକୁ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ ମିଳିଥାଏ।

ଭାତ ଗୁଣବତ୍ତା ଫ୍ୟାଟର ଏକମାତ୍ର ସ୍ରୋତ। କିନ୍ତୁ ଗୋଟିଏ କପ ଚାଉଳରେ ୨୦୦କ୍ୟାଲୋରୀ ରହିଥାଏ। ଏଥିସହିତ ଏଥିରେ କାର୍ବୋବହାଇଡ୍ରେଟ ରହିଥାଏ ଯାହାକୁ ଓଜନ ବୃଦ୍ଧିର କାରଣ ହୋଇଥାଏ।

ସେହିପରି ଆପଣ ଯଦି ରେଡ ମିଟ ସେବନ କରୁଛନ୍ତି ତେବେ ତୁରନ୍ତ ଏହାକୁ ଛାଡ଼ି ଦିଅନ୍ତୁ। ଏହା ନା କେବଳ ଓଜନ ବୃଦ୍ଧି କରିଥାଏ ତାହା ନୁହେଁ, ରେଡ ମିଟକୁ ଖାଇବା ଦ୍ବାରା ହୃଦୟ ସମସ୍ୟା ବି ରହିଥାିଏ। ଏତଦବ୍ୟତୀତ ଚର୍ବି ଥିବା ମାଂସ ବି ଶରୀରରେ ଫ୍ୟାଟ ବୃଦ୍ଧି କରିଥାଏ।

ଆଜିକାଲି ଅଧିକାଂଶ ଲୋକ ସୁଇଟ କର୍ଣ୍ଣ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ତେବେ ଖୁବ୍ କମ୍ ଲୋକ ଜାଣିଥିବେ କି ସୁଇଟ କର୍ଣ୍ଣରେ ଷ୍ଟର୍ଚ ମହଜୁଦ ରହିଥାଏ। ଯାହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ। ଓଜନ ହ୍ରାସ କରିବାକୁ ଚାହୁଁଥିଲେ ବଜାରରେ ମିଳୁଥିବା ଦହି, ପନୀର, ଲସି ଆଦିକୁ ନିଜ ଖାଦ୍ୟରୁ ବାଦ ଦିଅନ୍ତୁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ