ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭାରତର ଟିକା ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ନିର୍ଦେଶ; ଧୈର୍ଯ୍ୟ ଧରିବାକୁ ଅନ୍ୟ ରାଷ୍ଟ୍ରଙ୍କୁ କହିଲେ ଅଦର ପୁନାଓ୍ଵାଲା

ନୂଆଦିଲ୍ଲୀ: ଭାରତର ଟିକା ଆବଶ୍ୟକତା ଉପରେ ପ୍ରଥମେ ଗୁରୁତ୍ୱ ଦେଇ ବାକି ଟିକା ବିଶ୍ୱର ଅନ୍ୟ ଅଞ୍ଚଳକୁ ପଠାଇବାକୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ନିର୍ଦେଶ ମିଳିଥିବା କଥା ସିଇଓ ଅଦର ପୁନାଓ୍ଵାଲା କହିଛନ୍ତି।

ସେ କହିଛନ୍ତି, ଭାରତର ବିପୁଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସମନ୍ଵୟ ରକ୍ଷା କରି ବିଶ୍ୱର ବାକି ଦେଶଗୁଡ଼ିକୁ ଟିକା ପଠାଇବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ନିର୍ଦେଶ ମିଳିଛି। ତେଣୁ ଯେଉଁ ଦେଶ ଓ ସରକାରମାନେ ଭାରତରୁ ‘କୋଭିସିଲ୍‌ଡ୍‌’ କିଣିବାକୁ ଆଗ୍ରହୀ ସେମାନେ ଧୈର୍ଯ୍ୟ ଧରନ୍ତୁ ବୋଲି ପୁନାଓ୍ଵାଲା ଅନୁରୋଧ କରିଛନ୍ତି।

ଟୁଇଟ୍‌ କରି ଅଦର୍‌ ପୁନାଓ୍ଵାଲା କହିଛନ୍ତି, ପ୍ରିୟ ଦେଶ ଓ ସରକାର, ଆପଣମାନେ ‘କୋଭିସିଲ୍‌ଡ୍‌’ ଯୋଗାଣକୁ ଅପେକ୍ଷା କରି ରହିଥିବା ବେଳେ ମୋର ବିନମ୍ର ନିବେଦନ, ଧୈର୍ଯ୍ୟ ଧରନ୍ତୁ। ଭାରତର ବ୍ୟାପକ ଟିକା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବିଶ୍ୱର ବାକି ଦେଶମାନଙ୍କ ସହ ସମନ୍ଵୟ ରକ୍ଷା କରିବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ନିର୍ଦେଶ ମିଳିଛି। ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ।

ସୂଚନାଯୋଗ୍ୟ, ଜାତିସଂଘ ଶାନ୍ତିରକ୍ଷାକାରୀଙ୍କ ଲାଗି ବୁଧବାର ଦିନ ଭାରତ ୨ ଲକ୍ଷ ଡୋଜ୍‌ କୋଭିଡ୍‌-୧୯ ଟିକା ଉପହାର ପଠାଇବାକୁ ଭାରତ ଘୋଷଣା କରିଛି। ସେହିଭଳି, ପୂର୍ବରୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ବ୍ରାଜିଲ୍‌, ମେକ୍ସିକୋ, କାନାଡା ଭଳି ଦେଶକୁ ଟିକା ପଠାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ