କଳା ଓ ସଂସ୍କୃତି ଧର୍ମ

ଭୌମୀ ଏକାଦଶୀ

ଯୁଧିଷ୍ଠିରଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏକଦା ଶ୍ରୀକୃଷ୍ଣ ‘ଜୟା’ ବା ‘ଭୌମୀ’ନାମକ ଏକ ଏକାଦଶୀର ମହତ୍ତ୍ବ ସ˚ପର୍କରେ ବ୍ୟାଖ୍ୟା କରିଥିଲେ। ଏକାଦଶୀମାନଙ୍କ ମଧୢରେ ଏହି ଏକାଦଶୀ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏହା ସ˚ପର୍କରେ ଏକ ସୁନ୍ଦର କଥାର ଅବତାରଣା ଦେଖିବାକୁ ମିଳେ।

ପ୍ରାଚୀନ କାଳର କଥା। ଇନ୍ଦ୍ର ଏକଦା ପଚାଶ କୋଟି ଗନ୍ଧର୍ବଙ୍କ ସହିତ ନନ୍ଦନ ବନରେ ବିହାର କରୁଥାନ୍ତି। ନୃତ୍ୟ ଗୀତର ଆସର ଜମିଥାଏ। ସେହି ଗନ୍ଧର୍ବମାନଙ୍କ ମଧୢରେ ପୁଷ୍ପଦନ୍ତଙ୍କ ପୁତ୍ର ମାଲ୍ୟବାନ ଓ ଚିତ୍ରସେନଙ୍କର କନ୍ୟା ପୁଷ୍ପଦନ୍ତୀ ନୃତ୍ୟ କରୁଥିଲେ। କିନ୍ତୁ ପରସ୍ପର ପ୍ରତି ଆକୃଷ୍ଟ ହେବା କାରଣରୁ ସେମାନଙ୍କର ନୃତ୍ୟରେ ବାରମ୍ବାର ତାଳଭଙ୍ଗ ହେଉଥିଲା। ଦେବରାଜ ଇନ୍ଦ୍ର ଏଥିରେ କୁପିତ ହୋଇ ସେମାନଙ୍କୁ ପିଶାଚଯୋନିରେ ଜନ୍ମ ନେବାପାଇଁ ଅଭିଶାପ ଦେଲେ। ଫଳରେ ଅଭିଶପ୍ତ ମାଲ୍ୟବାନ ଓ ପୁଷ୍ପଦନ୍ତୀ ଆସି ହିମାଳୟ ପର୍ବତରେ ବାସ କରିବାକୁ ଲାଗିଲେ।

ଅନେକ ବର୍ଷ ବିତିଗଲା। ଦିନେ ସେମାନେ ଦୁଃଖରେ ବସି ବିଳାପ କରିବାକୁ ଲାଗିଲେ- ଯେ କେଉଁ ପାପରୁ ଆମକୁ ଏପରି ଯନ୍ତ୍ରଣା ମିଳିଲା ଯାହା ନରକଠାରୁ ମଧୢ ଭୟଙ୍କର।

ସେହି ଦିନଟି ଥିଲା ମାଘ ମାସର ଏକାଦଶୀ ତିଥି। ସେଦିନ ସେମାନେ କୌଣସି ଖାଦ୍ୟ ଗ୍ରହଣ ନକରି, ଏପରିକି ଜଳପାନ ମଧୢ ନ କରି, ଦୁଃଖରେ ପୀଡ଼ିତ ହୋଇ ଏକ ଅଶ୍ବତ୍‌ଥ ବୃକ୍ଷତଳେ ବସି ସାରା ରାତି ଉଜାଗରରେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରେ ଲାଗିଲେ। ସୂର୍ଯ୍ୟୋଦୟ ହେବା ସଙ୍ଗେ ସଙ୍ଗେ, ଅଜାଣତରେ ସେମାନେ ନିଷ୍ଠାର ସହିତ ଏକାଦଶୀ ବ୍ରତ ପାଳନ କରିଥିବା ହେତୁ, ତାଙ୍କର ପୂର୍ବ ଶରୀର ଫେରି ପାଇଲେ ଏବ˚ ବିମାନରେ ବସି ସ୍ବର୍ଗଲୋକ ଗମନ କଲେ।

ସେମାନଙ୍କୁ ଦେଖି ଇନ୍ଦ୍ର ଆଶ୍ଚର୍ଯ୍ୟ ପ୍ରକଟ କଲେ ଏବ˚ କିପରି ସେମାନେ ପ୍ରେତଯୋନିରୁ ନିସ୍ତାର ପାଇଲେ ତାହା ପଚାରିବାରୁ ଦୁଇପ୍ରାଣୀ କିପରି ମାଘ ମାସ ଶୁକ୍ଳ ଏକାଦଶୀ ତିଥିରେ ଉଜାଗର ରହି ନିଜ ଅଜାଣତରେ ବ୍ରତ ପାଳନ କରିଥିଲେ ତାହା ବର୍ଣ୍ଣନା କଲେ। ଭଗବାନ ବାସୁଦେବଙ୍କ କୃପାରୁ ଏହା ସମ୍ଭବ ହେଲା। ଏହା ଶୁଣି ଇନ୍ଦ୍ର ସେମାନଙ୍କର ଆଦର, ସତ୍କାର କରିବା ସହିତ ଘୋଷଣା କଲେ ଯେ ଏହି ବ୍ରତପାଳନ କରି ଯେ କୃଷ୍ଣ ଶରଣାଗତ ହେବେ, ସେ ମୋର ମଧୢ ପୂଜନୀୟ ହେବେ। ଏହି ହେତୁ ଏହି ଏକାଦଶୀ ପୁଣ୍ୟପ୍ରଦ। ଏହି ବ୍ରତ କଲେ ଜୀବକୁ ବ୍ରହ୍ମହତ୍ୟା ପାପରୁ ମଧୢ ନିଷ୍କୃତି ମିଳିଥାଏ। ଏହି ଏକାଦଶୀରେ ଦାନ, ପୁଣ୍ୟ କଲେ ପ୍ରାଣୀ ସ˚ପୂର୍ଣ୍ଣ ଯଜ୍ଞର ଫଳ ମଧୢ ପାଇଥାଏ।

ଡକ୍ଟର ତୁଳସୀ ଓଝା

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ