ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ରିୟଲ ହିରୋଙ୍କ ଆଉ ଏକ ମହାନତା: ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କଲେ ସୋନୁ ସୁଦ୍

ମୁମ୍ବାଇ ୨୦/୦୨ : କରୋନା ମହାମାରୀ ଓ ଲକଡାଉନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରି ଗରିବ ଓ ଅସହାୟଙ୍କ ଭଗବାନ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ ପୁଣି ଏକ ମହତ କାର୍ଯ୍ୟ କରିବାକୁ ଯାଉଛନ୍ତି। ସେ ଏକ ବଡ ଦାୟିତ୍ୱ ନେବାକୁ ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡ ଚମୋଲି ବିଭୀଷିକାରେ ଅନାଥ ହୋଇଯାଇଥିବା ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଉତ୍ତରାଖଣ୍ଡ ଚମୋଲିରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା ଆଲମ ସିଂହ ପୁଣ୍ଡରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଲମ ସେତେବେଳେ ଟନେଲରେ କାମ କରୁଥିଲେ। ତାଙ୍କ ମୃତ୍ୟୁ ଯୋଗୁଁ ପୁରା ପରିବାର ଅସହାୟ ଓ ବେସାହାରା ହୋଇଯାଇଛି।

ଆଲମ ସିଂହ ପୁଣ୍ଡରୀଙ୍କ ୪ ଝିଅ। ପିତାଙ୍କ ମୃତ୍ୟୁ ପରେ ସେମାନେ କିଭଳି ଜୀବନ କାଟିବେ କିଛି ବୁଝି ପାରୁନାହାନ୍ତି। ଏମାନଙ୍କ ସମ୍ପର୍କରେ ଜାଣିବା ପରେ ଅଭିନେତା ସୋନୁ ସୁଦ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ ନିଜଟ୍ୱିଟର ଆକାଉଣ୍ଟରେ ଏହି ଝିଅଙ୍କ ଫଟୋ ସେୟାର କରି ଟ୍ୱିଟ କରିଛନ୍ତି ଯେ ଏହି ପରିବାର ବର୍ତ୍ତମାନ ଆମର।

ଏହି ଝିଅଙ୍କ ପାଠ ପଢାରୁ ଆରମ୍ଭ କରି ବିବାହ ଯାଏଁ ଏମାନଙ୍କ ସବୁ ଦାୟିତ୍ୱ ସୋନୁ ସୁଦ ନେବା ପାଇଁ ଚାହୁଁଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, କଷ୍ଟ ସମୟରେ ସାହାଯ୍ୟର ହାତ ବଢାଇବା ସବୁ ନାଗରିକଙ୍କ ଦାୟିତ୍ୱ। ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ଯେଉଁ କ୍ଷତି ହୋଇଛି ସେଠାରେ ଜନତାଙ୍କୁ ନିଜ ଆଡୁ ଯେତିକି ସମ୍ଭବ ସାହାଯ୍ୟ କରିବ ଉଚିତ।

ସୋନୁଙ୍କ ଏହି ଘୋଷଣା ପରେ ଆଲମ ସିଂହଙ୍କ ପରିବାରକୁ ନିଶ୍ଚୟ ଆଶ୍ବସ୍ତି ମିଳିଥିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ଉଠେଇ ଅଭିନେତା ପୁଣିଥରେ ମାନବିକତାର ଓ ଜଣେ ହୃଦୟବାନ ମହାନ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି।

ଲକଡାଉନ କାଳରୁ ସୋନୁ ସୁଦ ଦେଶରେ ଯେଉଁଠି ଯାହାର ଯେଉଁ ପ୍ରକାର ସମସ୍ୟା ହେଲେ ବି ସାହାଯ୍ୟ ପାଇଁ ସବୁବେଳେ ଆଗେଇ ଆସୁଛନ୍ତି। ଅସହାୟ ଗରିବଙ୍କୁ ସାହାଯ୍ୟ କରିବା ସିଲସିଲା ଜାରି ରହିଛି। ସବୁ ସଙ୍କଟ ସମୟରେ ସେ ସାହାଯ୍ୟର ହାତ ବଢ଼ାଇଛନ୍ତି, ସବୁ ସମ୍ଭାବ୍ୟ ସାହାଯ୍ୟ କରିଛନ୍ତି। ଆଲମ ସିଂହ ଏହି ୪ ଝିଅଙ୍କ ଜୀବନ ସୁଧାରିବାକୁ ସୋନୁ ସୁଦ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରକୃତରେ ପ୍ରଶଂସା ଯୋଗ୍ୟ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ