କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଭାରତରେ ଅଛି ମା’ଙ୍କ ୫୧ ଶକ୍ତିପୀଠ: ଏହି ମନ୍ଦିରରେ ଆଜି ବି ନିଜ ଭକ୍ତଙ୍କୁ ଅପେକ୍ଷା କରିଛନ୍ତି ମା’

ଶିମଲା ୧୮/୦୨ : ସନାତନ ଧର୍ମରେ ଦେବୀମା’ଙ୍କୁ ଶକ୍ତି ସ୍ୱରୂପା ବୋଲି କୁହାଯାଏ। ଭାରତରେ ଦେବୀମା’ଙ୍କ ୫୧ ଶକ୍ତିପୀଠ ରହିଛି। ମାତା ସତୀଙ୍କ ଅଙ୍ଗ ଯେଉଁ ଯେଉଁ ସ୍ଥାନରେ ପଡିଥିଲା ସେହିସବୁ ସ୍ଥାନକୁ ମା’ଙ୍କ ଶକ୍ତିପୀଠ କୁହାଯାଏ। ଏହିସବୁ ଶକ୍ତିପୀଠରେ ମା’ ଭଗବାନ ଶିବଙ୍କ ସବୁବେଳେ ବାସ କରନ୍ତି ବୋଲି ବିଶ୍ୱାସ ରହିଛି।

ଭାରତର ୫୧ ଶକ୍ତିପୀଠରୁ ଗୋଟିଏ ହିମାଚଳ ପ୍ରଦେଶରେ ଅବସ୍ଥିତ। ହିମାଚଳ ପ୍ରଦେଶରେ ରହିଛି ମା’ଙ୍କ ଜ୍ୱାଳାମୁଖୀ ମନ୍ଦିର। ହିମାଚଳ କାଙ୍ଗଡା ଜିଲ୍ଲା କାଲୀଧାର ପାହାଡରେ ଏହି ମନ୍ଦିର ନିର୍ମିତ। ଏହି ସ୍ଥାନରେ ମାତା ସତୀଙ୍କ ଜିଭ ପଡିଥିଲା ବୋଲି କୁହାଯାଏ। ଏହି ମନ୍ଦିରରେ ବର୍ଷ ବର୍ଷ ହେଲା ଆଜି ଯାଏଁ ୯ ଜ୍ୱାଳା ଏବେ ବି ଜଳୁଛି।


ଏହି ଜ୍ୱାଳା ମଧ୍ୟରେ ଯେଉଁ ଜ୍ୱାଳା ରୁପା ଦୀପ ମଧ୍ୟରେ ରହିଛି ତାକୁ ମହାକାଳୀ କୁହାଯାଏ। ଅନ୍ୟ ୮ ଜ୍ୱାଳା ରୂପରେ ମା’ ଅନ୍ନପୂର୍ଣ୍ଣା, ଛନ୍ଦି ଦେବୀ, ହିଙ୍ଗଳାଜ, ମା’ ବିନ୍ଧ୍ୟବାଶିନୀ, ମହାଲକ୍ଷ୍ମୀ, ମା’ ସରସ୍ବତୀ, ମା’ ଅମ୍ବିକା ଏବଂ ଅଞ୍ଜି ଦେବୀ ବାସ କରନ୍ତି।


ଏହି ଜ୍ୱାଳା ମନ୍ଦିରରେ ମା’ଙ୍କ ଜ୍ୱାଳା ଛଡା ଅନ୍ୟ ଚମତ୍କାର ମଧ୍ୟ ଦେଖିବାକୁ ମିଳେ। ମନ୍ଦିରରେ ଏକ କୁଣ୍ଡ ରହିଛି ଯାହାର ନାଁ ‘ଗୋରଖ ଡିବ୍ବି’। ଏହି କୁଣ୍ଡକୁ ଦେଖିଲେ ଏମିତି ଲାଗେ ସତେ ଯେମିତି ପାଣି ଫୁଟୁଛି। କିନ୍ତୁ ପାଣିକୁ ଛୁଇଁଲେ ପାଣି ଥଣ୍ଡା ଲାଗେ। ଏହି କୁଣ୍ଡ ସମ୍ପର୍କରେ ଏକ ପ୍ରାଚୀନ ବିଶ୍ୱାସ ରହିଛି ଯେ ଗୋରଖନାଥ ଦେବୀ ମା’ଙ୍କ ଅନନ୍ୟ ଭକ୍ତ ଥିଲେ।

ଗୋରେଖନାଥ ଏଠାରେ ମା’ଙ୍କ ସେବା କରୁଥିଲେ। ଥରେ ଭୋକ ହେବାରୁ ସେ ମା’ଙ୍କୁ କହିଥିଲେ ଯେ ମା’ ନିଆଁ ଲଗାଇ ପାଣି ଗରମ କରିଦିଅନ୍ତୁ, ସେ ଭିକ୍ଷା ମାଗି ଆଣୁଛନ୍ତି। କିନ୍ତୁ ଗୋରଖନାଥ ଭିକ ଆଣି ଏବେ ଯାଏଁ ବି ଫେରି ନାହାନ୍ତି। ଦେବୀ ମା’ ଆଜି ବି ପାଣି ଗରମ କରି ପୁତ୍ରକୁ ଅପେକ୍ଷା କରୁଛନ୍ତି। କୁହାଯାଏ ଯେ କଳିଯୁଗ ସମାପ୍ତ ହେବାପରେ ପୁନଃ ସତ୍ୟଯୁଗ ଆସିଲେ ଗୋରଖନାଥ ମା’ଙ୍କ ପାଖକୁ ଫେରି ଆସିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ