ଖେଳ ଦେଶ ବିଦେଶ ରାଜ୍ୟ

ନାଗେଶ ଟ୍ରଫିରେ ଓଡ଼ିଶା ଉପବିଜେତା

ଭୁବନେଶ୍ୱର: ବାଙ୍ଗାଲୋରରେ ଆୟୋଜିତ ନାଗେଶ ଟ୍ରଫି ଦୃଷ୍ଟିହୀନ ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତାରେ ସନ୍ତୁଷ୍ଟ ରହିଛି। ମଙ୍ଗଳବାର ଫାଇନାଲ୍‌ରେ ଓଡ଼ିଶା ୮୦ ରନ୍‌ରେ ଆନ୍ଧ୍ରପ୍ରଦେଶଠୁ ହାରି ଯାଇଛି। ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ମଧ୍ୟ ଆନ୍ଧ୍ରପ୍ରଦେଶଠୁ ହାରି ଓଡ଼ିଶା ଉପବିଜେତା ହୋଇଥିଲା।

ଟସ୍‌ ଜିତି ବ୍ୟାଟିଂ କରିଥିବା ଆନ୍ଧ୍ରପ୍ରଦେଶ ଡି ଭେଙ୍କଟେଶ୍ବର (୧୩୨ ରନ୍‌)ଙ୍କ ଶତକ ବଳରେ ୨୪୬/୩ କରିଥିଲା। ଓଡ଼ିଶା ଅଧିନାୟକ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କ ମହଙ୍ଗା ବୋଲିଂ (୪ ଓଭର ୭୦ ରନ୍‌) ପରାଜୟର ମୁଖ୍ୟ କାରଣ ଥିଲା। ୧୪୭ ରନ୍‌ ବିଜୟଲକ୍ଷ୍ୟକୁ ପିଛା କରି ଓଡ଼ିଶା ୧୬୬/୫ରେ ସୀମିତ ରହିଥିଲା। ସୁଖରାମ ମାଝୀ ୫୨, ନକୁଳ ବଡ଼ନାୟକ ୪୦, ପଙ୍କଜ ଭୁଏ ୩୫ ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟୀ କରିବାରେ ବିଫଳ ହୋଇଥିଲେ। ଡି ଭେ‌ଙ୍କଟେଶ୍ବର ଫାଇନାଲ୍‌‌ର ଏବଂ ପ୍ରକାଶ ଜୟରମୟା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ଭାବେ କର୍ଣ୍ଣାଟକ କ୍ରୀଡ଼ାମନ୍ତ୍ରୀ ସି ନାରାୟଣ ଗୌଡ଼ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ଦଳ ଫାଇନାଲକୁ ପ୍ରବେଶ କରିଥିବାରୁ ଓଏଏସ୍‌ ସନ୍ୟାସ କୁମାର ବେହେରା, ପ୍ରକାଶ କୁମାର ରଥ, ବିରଞ୍ଚି ନାରାୟଣ ସାହୁ, ଯୋଗେନ୍ଦ୍ର ଜାନି ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ