ଖେଳ ଦେଶ ବିଦେଶ

ସେମିରେ ସେରେନା-ଓସାକା, ଜୋକୋଭିକ-କାରାତ୍ସେବ

ମେଲ୍‌ବର୍ଣ୍ଣ : ୨୩ ଥର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସେରେନା ୱିଲିୟମ୍ସ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ଅଭିଜ୍ଞ ଆମେରିକୀୟ ମହିଳା ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୋମାନିଆର ସି‌ମୋନା ହାଲେପଙ୍କୁ ୬-୩, ୬-୩ ସେଟ୍‌ରେ ହରାଇଥିଲେ। ଏଥିସହ ୩୯ ବର୍ଷୀୟା ସେରେନା ୨୪ ଗ୍ରାଣ୍ଡ ସ୍ଲାମ୍‌ କୀର୍ତ୍ତିମାନ ସମକକ୍ଷଠୁ ଦୁଇ ବିଜୟ ଦୂରରେ ରହିଛନ୍ତି।ସେମିଫାଇନାଲ୍‌ରେ ‌ସେ ତୃତୀୟ ମାନ୍ୟତାପ୍ରାପ୍ତ ନାଓମି ଓସାକାଙ୍କୁ ଭେଟିବେ। ପୂର୍ବତନ ବିଜୟିନୀ ଜାପାନ୍‌ର ଓସାକା ସିଧାସଳଖ ୬-୨, ୬-୨ ସେଟ୍‌ରେ ତାଇୱାନ୍‌ ଯୁବତୀ ସିଏ ସୁ-ୱେଇଙ୍କୁ ପରାସ୍ତ କରିଥିଲେ।

ପୁରୁଷ ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ କଡ଼ା ସଂଘର୍ଷ ପରେ ସେମିଫାଇନାଲ୍‌‌ ସ୍ଥାନ ପକ୍କା କରିଛନ୍ତି। ‌ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ଏହି ସର୍ବିୟା ତାରକା ୬-୭, ୬-୨, ୬-୨, ୭-୬ ସେଟ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଜର୍ମାନିର ଆଲେକ୍‌ଜାଣ୍ଡର ଭେରଭଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍‌ ସ୍ଥାନ ପାଇଁ ୧୭ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଜୋକୋଭିକ ଏସୀୟ କ୍ବାଲିଫାୟର ଖେଳାଳି ଆସ୍‌ଲାନ କାରାତ୍ସେବଙ୍କୁ ଭେଟିବେ। ୧୧୪ ମାନ୍ୟତାପ୍ରାପ୍ତ ଏହି ରୁଷୀୟ ଯୁବ ତାରକା ୨-୬, ୬-୪, ୬-୧, ୬-୨ ସେଟ୍‌ରେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ କାରାତ୍ସେବ ପଞ୍ଚମ କ୍ବାଲିଫାୟର ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ୍‌ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ