କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଅଯୋଧ୍ୟା ରାମଲୀଳା ରଚିଲା ନୂଆ ଇତିହାସ, ୧୦ କୋଟି ଟପିଲା ଦର୍ଶକଙ୍କ ସଂଖ୍ୟା

ଅଯୋଧ୍ୟା ୨୫/୧୦: ଅଯୋଧ୍ୟାର ଐତିହାସିକ ରାମଲୀଳା ଏକ ନୂଆ ଇତିହାସ ରଚିଛି। ବିଭିନ୍ନ ମାଧ୍ୟମରେ ଏହାର ପ୍ରସାରଣ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ଦଶ କୋଟି ଟପିଛି। ନଅ ଦିନିଆ ରାମଲୀଳା ପ୍ରସାରଣ ଲକ୍ଷ୍ମଣ ଦୁର୍ଗରୁ କରାଯାଉଛି। ଆୟୋଜକକର୍ତାମାନେ ଏ ସଂଖ୍ୟାକୁ ଦେଖି ରାମଲୀଳା ସମାପ୍ତ ହେବା ପର୍ଯ୍ୟନ୍ତ ଦର୍ଶକଙ୍କ ସଂଖ୍ୟା ଦୁଇଗୁଣ ବଢ଼ିବା ଆଶା ରଖିଛନ୍ତି।

ରାମଲୀଳାରେ ବହୁ ବଡ଼ ବଡ଼ ସିନେ କଳାକାର ଅଭିନୟ କରୁଛନ୍ତି। ଅଯୋଧ୍ୟାର ଐତିହାସିକ ରାମଲୀଳାକୁ ଉର୍ଦୁ ସମେତ ୧୪ ଭାଷାରେ ପ୍ରସାରଣ କରାଯାଉଛି। ରାମଲୀଳା ନିର୍ଦେଶକ ସୁଭାଷ ମଲିକ କହିଛନ୍ତି ଦୂରଦର୍ଶନ, ୟୁଟ୍ୟୁବ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାକୁ ପ୍ରସାରଣ କରାଯାଉଛି।

ସୂଚନାଯୋଗ୍ୟ କରୋନା ପାଇଁ ଲୋକଙ୍କୁ ଆୟୋଜନ ସ୍ଥଳରେ ଆସି ରାମଲୀଳା ଦେଖିବାର ଅନୁମତି ମିଳି ନାହିଁ। ଏହା ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ଅର୍ଥାତ ଆଜି ରାବଣ ପୋଡି ସହ ଶେଷ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,