ଦେଶ ବିଦେଶ ମନୋରଞ୍ଜନ

ସଲମାନଙ୍କୁ ବିବାହ କରିବାକୁ ଭାରତ ଆସିଥିଲେ ସୋମି

ମୁମ୍ବାଇ: ବଲିଉଡରେ ନିଜର କ୍ୟାରିୟର ଗଢ଼ିବାକୁ ଆସିଥିବା ପାକିସ୍ତାନୀ ଅଭିନେତ୍ରୀଙ୍କ ମଧ୍ୟରୁ ସୋମି ଅଲ୍ଲୀ ଅନ୍ୟତମ। ସେ ନାଁ କମେଇବାକୁ ନୁହେଁ ବରଂ ସଲମାନ ଖାନ୍‌ଙ୍କୁ ବାହା ହେବା ପାଇଁ ବଲିଉଡ୍‌ ଅଭିନୟ ଜଗତରେ ପାଦ ଥାପିଥିଲେ ବୋଲି ଜଣାପଡ଼ିଛି।

ସୋମି ଅଲ୍ଲୀଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ସେ ପ୍ରଥମ ଥର ପାଇଁ ସଲମାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମୈନେ ପ୍ୟାର୍ କିୟା’ ଦେଖିଥିଲେ। ସେବେଠାରୁ ସେ ସଲମାନଙ୍କୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ସୋମି କହିଛନ୍ତି। ଏପରିକି ସେ ତା’ ପରଦିନ ଭାରତକୁ ଆସି ସଲମାନଙ୍କୁ ଭେଟିବାକୁ ଚାହୁଥିବା କଥା ମଧ୍ୟ କହିଥିଲେ। ମାତ୍ର ତାଙ୍କ ମା’ ଆକଟ କରି ସଲମାନଙ୍କୁ ବିବାହ କରିବାର ନିଶା ଛାଡ଼ିବା ପାଇଁ ଘରେ କିଛି ଦିନ ବନ୍ଦ କରି ରଖିଥିବା କଥା ମଧ୍ୟ ସ୍ବୀକାର କରିଛନ୍ତି ସୋମି। ତେବେ ପରବର୍ତ୍ତୀ ସମୟରେ ସଲମାନ-ସୋମିଙ୍କ ଡେଟ୍ ଚାଲିଥିବା କଥା ସାମ୍‌ନାକୁ ଆସିଥିଲା। ହେଲେ ଏହା ଦୀର୍ଘସ୍ଥାୟୀ ନଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ