ଦେଶ ବିଦେଶ ମନୋରଞ୍ଜନ

ଲଭର୍ ବଏ ଭୂମିକାରେ ନଜର ଆସିବେ ପ୍ରଭାସ, ଭାଲେଣ୍ଟାଇନ ଡେ’ ରେ ରିଲିଜ୍ ହେବ ଫିଲ୍ମ ‘ରାଧେଶ୍ୟାମ’ର ଟିଜର୍

ନୂଆଦିଲ୍ଲୀ ୧୨/୦୨: ଚଳିତ ବର୍ଷ ଭାଲେଣ୍ଟାଇନ୍ସ ୱିକ୍‌କୁ ଅଧିକ ସୁନ୍ଦର କରିବା ପାଇଁ ଫିଲ୍ମ ‘ରାଧେଶ୍ୟାମ’ ର ନିର୍ମାତା, ଅଭିନେତା ପ୍ରଭାସଙ୍କର ଏକ ଛୋଟ ଝଲକ୍ ରିଲିଜ୍ କରିଛନ୍ତି । ଏହି ମନଲୋଭା ପୋଷ୍ଟରରେ ପ୍ରଭାସ ତାଙ୍କ ନାୟିକାଙ୍କ ସହିତ ରୋମ୍‌ ର ଏକ ସଡ଼କରେ ଛିଡା ହୋଇଥିବା ନଜର ଆସିଛନ୍ତି ।

ଦର୍ଶକମାନେ ପ୍ରଭାସଙ୍କୁ ଏହି ଫିଲ୍ମରେ ଜଣେ ଲଭର୍ ବଏ ଭୂମିକାରେ ପୂଜା ହେଗଡେଙ୍କ ସହିତ ରୋମାନ୍ସ କରୁଥିବା ଦେଖିବାକୁ ପାଇବେ ଦର୍ଶକ । ନିର୍ମାତା ‘ରାଧେଶ୍ୟାମ’ର ଟିଜର୍ ଲଞ୍ଚ୍ ପାଇଁ ଘୋଷଣା କରିଛନ୍ତି ଯାହାକୁ ଭାଲେଣ୍ଟାଇନ୍ ଡେ ଦିନ ୯ ଟା ୧୮ ରେ ରିଲିଜ୍ କରାଯିବ । ଫିଲ୍ମର ଦମଦାର ପ୍ରି-ଟିଜର ପରେ, ପାଖାପାଖି ଦଶ ବର୍ଷ ପରେ ଦର୍ଶକ ପ୍ରଭାସଙ୍କୁ ପୁଣି ଥରେ ରୋମାଣ୍ଟିକ ଲାଇଟ୍ ରେ ଦେଖିବାକୁ ଉତ୍ସାହର ସହିତ ଆପେକ୍ଷା କରି ରହିଛନ୍ତି । ପ୍ରଭାସ ଭାରତର ସବୁଠାରୁ ଡିସାଇରେବୁଲ ଅଭିନେତା ଏବଂ ତାଙ୍କୁ ରୋମାଣ୍ଟିକ ଭୂମିକାରେ ଦେଖିବା ଏକ ଟ୍ରିଟ୍ ଭଳି ହୋଇଥାଏ ।

ନିର୍ଦେଶକ ରାଧା କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ ‘ରାଧେଶ୍ୟାମ’ ଏକ ବହୁଭାଷୀ ଫିଲ୍ମ ହେଵ ଏବଂ ଏହା ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ ହେଵ । ୟୁବି କ୍ରିଏସନ୍ ଦ୍ୱାରା ଏହା ନିର୍ମିତ । ଫିଲ୍ମରେ ପ୍ରଭାସ ଏବଂ ପୂଜା ହେଗଡେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସଚିନ ଖେଡକର, ପ୍ରିୟଦର୍ଶୀ, ଭାଗ୍ୟଶ୍ରୀ, ମୁରଲୀ ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ। ଭୂଷଣ କୁମାର, ଵାମସୀ ଏବଂ ପ୍ରମୋଦଙ୍କ ଦ୍ୱାରା ଏହି ଫିଲ୍ମଟି ନିର୍ମିତ ହୋଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ