ଦେଶ ବିଦେଶ ମନୋରଞ୍ଜନ

ଧର୍ମ ଭେଦଭାବ ସତ୍ତ୍ୱେ ସ୍ୱାମୀଙ୍କ ସହ ମା’ ଦୁର୍ଗାଙ୍କ ଦର୍ଶନ କଲେ ନୁସରତ୍ ଜହାଁ, ଆଳତୀ କରି ଲଗାଇଲେ ତିଳକ

କୋଲକାତା ୨୪/୧୦ : ସାରା ଦେଶର ଦୁର୍ଗା ପୂଜା ପାଳନ କରାଯାଉଛି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଦଶହରା ଧୂମଧାମରେ ପାଳନ ହେଉନାହିଁ। ରୀତିନୀତି ଅନୁଯାୟୀ ଦେବୀ ମଣ୍ଡପରେ ପୂଜା ପାଉଛନ୍ତି। ପଶ୍ଚିମବଙ୍ଗରେ ଦୁର୍ଗାପୂଜା ବହୁତ ଧୂମଧାମରେ ପାଳନ ହୁଏ। ଅକ୍ଟୋବର ୨୪ ତାରିଖ, ଶନିବାର ଦୁର୍ଗାଷ୍ଟମୀ ପାଳନ କରାଯାଉଛି। ଦୁର୍ଗାଷ୍ଟମୀ ଅବସରରେ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ କୋଲକାତାରେ ଦୁର୍ଗା ପୂଜା କରିଛନ୍ତି। ସ୍ୱାମୀ ନିଖିଳ ଜୈନଙ୍କ ସହିତ ସେ ଦୁର୍ଗା ମଣ୍ଡପରେ ପହଞ୍ଚି ପୂଜା କରିଥିଲେ।
ଦୁର୍ଗାଷ୍ଟମୀ ଅବସରରେ ନୁସରତ ଜହାଁ କୋଲକାତା ସ୍ଥିତ ସୁରୁଚି ସଂଘ ପହଞ୍ଚିଥିଲେ। ସେଠାରେ ସେ ମା’ଙ୍କ ଦର୍ଶନ କରି ସଚ୍ଚୋଟ ମନରେ ମା’ଙ୍କୁ ଆରାଧନା କରିଥିଲେ। ମଣ୍ଡପରେ ମା’ ଦୁର୍ଗାଙ୍କୁ ପୂଜା କରୁଥିବା ନୁସରତଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ନୁସରତଙ୍କ ଫଟୋରେ ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି।
ନୁସରତ ମା’ ଦୁର୍ଗାଙ୍କ ଆଳତୀ କରିବ ପରେ ତିଳକ ଲଗାଇଥିଲେ ଓ ବାଜାର ତାଳେ ତାଳେ ନୃତ୍ୟ ମଧ୍ୟ କରିଥିଲେ। ଧର୍ମ ଭେଦଭାବକୁ ଭୁଲି ନୁସରତ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଗତ ବର୍ଷ ମଧ୍ୟ ନୁସରତ ଦୁର୍ଗା ପୂଜାରେ ସାମିଲ ହୋଇଥିଲେ।
ବଙ୍ଗାଳିମାନଙ୍କ ରୀତି ଅନୁସାରେ ସେ ସିନ୍ଦୁର ଖେଳରେ ମଧ୍ୟ ସାମିଲ ହୋଇଥିଲେ। ଏହାକୁ ନେଇ ଅନେକ ବିବାଦ ମଧ୍ୟ ହୋଇଥିଲା। ନୁସରତ କହିଥିଲେ ସେ ସବୁ ଧର୍ମକୁ ସମ୍ମାନ କରନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ