ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ ଜୟପୁର ମେୟର; ପ୍ରସବର କିଛି ସମୟ ପୂର୍ବରୁ ବୈଠକ କରି କାମ ବିଷୟରେ ଆଲୋଚନା କରିଥିଲେ

ନୂଆଦିଲ୍ଲୀ: ଜୟପୁରର ମେୟର ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜୟପୁର ନଗର ନିଗମର ମେୟର ଡାକ୍ତର ସୌମ୍ୟା ଗୁର୍ଜର ଗୁରୁବାର ପୁତ୍ର ସନ୍ତାନର ମା’ ହୋଇଛନ୍ତି।

ବିଶେଷ କଥାଟି ହେଉଛି ସେ ପ୍ରସବ କରିବାର କିଛି ଘଣ୍ଟା ପୂର୍ବରୁ କାମ କରୁଥିଲେ । ଆଉ ସେ ‘କର୍ମ ହିଁ ପୂଜା’ ବୋଲି ପ୍ରମାଣ କରି ଦେଇଛନ୍ତି। ଗୁରୁବାର ସକାଳ ୫.୧୪ରେ ଶିଶୁକୁ ଜନ୍ମ ଦେବା ପୂର୍ବରୁ ସେ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିଥିଲେ।

ଗୁରୁବାର ସକାଳେ ଟୁଇଟ୍ କରି ସୌମ୍ୟା କହିଛନ୍ତି, ‘କର୍ମ ହଁ ପୂଜା’! ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଗମ କାର୍ଯ୍ୟାଳୟରେ ବୈଠକ କରୁଥିଲି। ପ୍ରସବ ପୀଡ଼ା ଆରମ୍ଭ ହେବା ପରେ ୧୨.୩୦ରେ କୁକୁନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି ଏବଂ ସକାଳ ୫.୧୪ ରେ ଭଗବାନଙ୍କ ଆର୍ଶୀବାଦରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲି। ମୁଁ ଏବଂ ଶିଶୁ ଉଭୟ ସୁସ୍ଥ ଅଛୁ।”

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ତାଙ୍କର ଏହି ପୋଷ୍ଟକୁ ୧୦ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେ‌ଳେ ଲୋକମାନେ ସୌମ୍ୟାଙ୍କୁ ନିରନ୍ତର ଅଭିନନ୍ଦନ ଜଣାଉଛନ୍ତି।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡାକ୍ତର ଗୁର୍ଜର ଘରକୁ ଯିବା ପୂର୍ବରୁ ବୁଧବାର ରାତି ୯ ଟା ପର୍ଯ୍ୟନ୍ତ କାମ କରିଥିଲେ। ସକାଳ ୫.୧୪ରେ ଏକ ସୁସ୍ଥ ଶିଶୁକୁ ଜନ୍ମଦେବା ପରେ ସେ ସକାଳ ୭.୪୦ରେ ଟ୍ୱିଟରରେ ଏହି ଖବର ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ