ଦେଶ ବିଦେଶ ମନୋରଞ୍ଜନ

‘ମୈଦାନ’କୁ ବଣ୍ଡ ଭୟ!

ଅଜୟ ଦେବଗନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ମୈଦାନ’ ଚଳିତ ବର୍ଷ ମୁକ୍ତିଲାଭ କରିବ ନାହିଁ। ଦଶହରାରେ ଏହାକୁ ମୁକ୍ତିଲାଭ କରାଇବାକୁ ଯୋଜନା ହୋଇଥିଲା। ଏହାସହ ତେଲୁଗୁ ଷ୍ଟାର୍ ଜୁନିଅର ଏନ୍‌ଟିଆର୍ ଓ ରାମ ଚରଣଙ୍କ ‘ଆର୍‌ଆର୍‌ଆର୍’ ମଧ୍ୟ ସମାନ ଦିନ ମୁକ୍ତିଲାଭ କରିଥା’ନ୍ତା। ଯାହାକୁ ନେଇ ବ୍ୟାବସାୟିକ କ୍ଷେତ୍ରରେ ‘ମୈଦାନ’ ପାଇଁ ବଡ଼ ପ୍ରତିବନ୍ଧକ ସୃଷ୍ଟି ହେବାର ଆଶଙ୍କା କରାଯାଉଥିଲା। ହେଲେ ହଲିଉଡ୍ ଷ୍ଟାର୍ ଡାନିଏଲ୍‌ କ୍ରେଗ୍‌ଙ୍କ ଲୋକାଦୃତ ଚଳଚ୍ଚିତ୍ର ଜେମ୍ସ ବଣ୍ଡର ଶେଷ ଅଧ୍ୟାୟ ‘ନୋ ଟାଇମ୍ ଟୁ ଡାଏ’ ମଧ୍ୟ ଦଶହରାରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିବା ପରେ ବର୍ତ୍ତମାନ ‘ମୈଦାନ’ ଏହି ଯୁଦ୍ଧରୁ ଓହରିଯିବ ବୋଲି ସୂଚନା ମିଳୁଛି।

ତେବେ ଗତବର୍ଷ ‘ନୋ ଟାଇମ୍ ଟୁ ଡାଏ’ ସୁଟିଂ ଶେଷ ହୋଇଥିଲେ ହେଁ କରୋନା ପାଇଁ ଏହା ପରଦାକୁ ଆସି ପାରିନଥିଲା। ବର୍ତ୍ତମାନ ଡାନିଏଲ୍‌ଙ୍କ ଚଳଚ୍ଚିତ୍ର ଦଶହରାରେ ଆସୁଥିବାରୁ ‘ମୈଦାନ’ ଚଳଚ୍ଚିତ୍ରର ନିର୍ମାତା କୌଣସି ରିସ୍କ ନେବାକୁ ଚାହୁନଥିବା ଚର୍ଚ୍ଚା ହେଉଛି। ୧୯୫୨-୬୨ ଭାରତୀୟ ଫୁଟବଲ୍‌ର ସ୍ବର୍ଣ୍ଣିମ ଦଶନ୍ଧି ଆଧାରରେ ଏହି ଚଳଚ୍ଚିତ୍ର ତିଆରି କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ