ଦେଶ ବିଦେଶ ମନୋରଞ୍ଜନ

ନିତୁ ନଥି‌ଲେ ସଂଜୟଙ୍କଠାରୁ ମାଡ଼ ଖାଇଥା’ନ୍ତେ ରିଷି

ଅଶୀ ଦଶକରେ ବଲିଉଡ୍‌ ଅଭିନେତା ସଂଜୟ ଦତ୍ତ ଓ ଅଭିନେତ୍ରୀ ଟିନା ମୁନିମ୍‌ (ଅମ୍ବାନି)ଙ୍କ ମଧ୍ୟରେ ପ୍ରେମ କାହାଣୀ ସଂପର୍କରେ କାହାକୁ ଅଛପା ନାହିଁ। କିନ୍ତୁ ନିକଟ ଅତୀତରେ ଏହାକୁ ନେଇ ଏକ ରୋଚକ କଥା ପଦାକୁ ଆସିଛି। କଥାଟି ହେଲା, ସେତେବେଳେ ଟିନାଙ୍କ ସହ ରିଷି କପୁର୍‌ଙ୍କ ନାମ ଯୋଡ଼ା ହୋଇ ବି-ଟାଉନ୍‌ରେ ବହୁ କଥା ଆଲୋଚନା ହେଲା। ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛନ୍ତି ବୋଲି ଏକ ଗୁଜବ ପ୍ରଚାର ହୋଇଗଲା। ଏହା ସଂଜୟଙ୍କ କାନରେ ପଡ଼ିବାରୁ ସେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ଏପରିକି ରିଷିଙ୍କୁ ସାବାଡ୍‌ କରିବା ପାଇଁ ତାଙ୍କ ଘରକୁ ଚାଲି ଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ରିଷିଙ୍କ ପୂର୍ବରୁ ପତ୍ନୀ ନିତୁ କପୁର୍‌ଙ୍କ ସହ ତାଙ୍କର ଭେଟ ହୋଇଯାଇଥିଲା। ଏହା ସଂପୂର୍ଣ୍ଣ ଗୁଜବ ଓ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ନିତୁ ବୁଝାଇବାରୁ ସଂଜୟ ଆଶ୍ବସ୍ତ ହୋଇ ଫେରି ଆସିଥିଲେ। ସୂଚନାଯୋଗ୍ୟ, ୧୯୮୧ ମସିହା‌ରେ ସଂଜୟ ଚଳଚ୍ଚିତ୍ର ‘ରକି’ ମାଧ୍ୟମରେ ବଲିଉଡ୍‌ରେ ପାଦ ଥାପିଥିଲେ। ଏଥିରେ ଟିନା ନାୟିକା ଭୂମିକା ନିଭାଇଥିଲେ। ସେଇଠାରୁ ହିଁ ଦୁହିଁଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ