କଳା ଓ ସଂସ୍କୃତି ଧର୍ମ

ସରସ୍ୱତୀ: ନଦୀ ଓ ଦେବୀ

ଆମର ଉପାସନା ଓ ଐତିହ୍ୟରେ ସରସ୍ୱତୀ ଉଭୟ ନଦୀ ଓ ଦେବୀ। ପୁଣି ଏ ନଦୀ ଓ ଦେବୀ ପରସ୍ପରଠାରୁ ଅଭିନ୍ନ।

ନଦୀ ଭାବରେ ସରସ୍ୱତୀ ଯେପରି ପବିତ୍ର, ଦେବୀ ଭାବରେ ସେ ସେପରି ଶୁଭ୍ର। ସାତଟି ପୂତସଲିଳା ନଦୀଙ୍କ ମଧ୍ୟରୁ ସେ ଅନ୍ୟତମା। ଅନ୍ୟ ଛଅ ନଦୀ ହେଉଛନ୍ତି- ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା, ସିନ୍ଧୁ ଓ କାବେରୀ। ଯେ କୌଣସି ପୁଣ୍ୟ କାର୍ଯ୍ୟ କରିବା ସମୟରେ ଏହି ସାତ ନଦୀଙ୍କୁ ମନ୍ତ୍ରଦ୍ୱାରା ଆବାହନ କରାଯାଇଥାଏ।

ଦେବୀ ଭାବରେ ସରସ୍ୱତୀ କୁନ୍ଦ, ଇନ୍ଦୁ ଓ ତୁଷାର ପରି ଶୁଭ୍ର। ସେ ମରାଳବାହନା, ଶ୍ୱେତପଦ୍ମାସନା, ବୀଣା-ପୁସ୍ତକ ଧାରିଣୀ। ସେ ଭକ୍ତର ମୂର୍ଖତା ଓ ଜଡ଼ତା ନାଶ କରନ୍ତି ବୋଲି ବିଶ୍ୱାସ ରହିଛି।

‘ବ୍ରହ୍ମବୈବର୍ତ୍ତ ପୁରାଣ’ର ‘ଗଣେଶ ଖଣ୍ଡ’ରେ ସରସ୍ୱତୀଙ୍କ ସଂପର୍କରେ କୁହାଯାଇଛି, ସୃଷ୍ଟି କାଳରେ ଈଶ୍ୱରଙ୍କର ଇଚ୍ଛାରେ ପରମାଶକ୍ତି ପଞ୍ଚଧା ବିଭକ୍ତ ହେଲେ। ସେମାନଙ୍କ ମଧ୍ୟରୁ ସରସ୍ୱତୀ ଅନ୍ୟତମା। ଅନ୍ୟ ଚାରି ଶକ୍ତି ହେଉଛନ୍ତି- ରାଧା, ପଦ୍ମା, ସାବିତ୍ରୀ ଓ ଦୁର୍ଗା। ଏମାନଙ୍କ ମଧ୍ୟରୁ ସରସ୍ୱତୀ-ଶକ୍ତି ଶ୍ରୀକୃଷ୍ଣଙ୍କର କଣ୍ଠରୁ ଉଦ୍‌ଭୂତା ହୋଇଥିଲେ। ଶ୍ରୀକୃଷ୍ଣ ମଧ୍ୟ ସେହି ଶକ୍ତିଙ୍କୁ ପୂଜା କରିଥିଲେ। ମାଘ ଶୁକ୍ଳ ପଞ୍ଚମୀରେ ଦେବୀ ପ୍ରଥମେ ପୂଜିତା ହୋଇଥିବାରୁ ସେହି ତିଥିରେ ସରସ୍ୱତୀ ପୂଜା କରାଯାଏ।

ଏ ପ୍ରସଙ୍ଗରେ ଅନ୍ୟ ଉପାଖ୍ୟାନ ମଧ୍ୟ ଅଛି ଯେ ଶ୍ରୀକୃଷ୍ଣଙ୍କର କଣ୍ଠରୁ ଉଦ୍ଭୂତା ହୋଇଥିଲେ ମଧ୍ୟ, ସରସ୍ୱତୀ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ଇଚ୍ଛା ପ୍ରକଟ କରିଥିଲେ। କିନ୍ତୁ ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ- ତୁମେ ମୋର ‘ନାରାୟଣ’ ରୂପର ଉପାସନା କର। ଫଳରେ ଲକ୍ଷ୍ମୀଙ୍କ ପରି ସରସ୍ୱତୀ ମଧ୍ୟ ତାଙ୍କର ଶକ୍ତି ହେଲେ। ତେଣୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କର ଦୁଇ ଶକ୍ତି ରୂପେ ଲକ୍ଷ୍ମୀ (ଶ୍ରୀଦେବୀ) ଓ ସରସ୍ୱତୀ (ଭୂଦେବୀ) ବିରାଜମାନ କରନ୍ତି।

କେବଳ ହିନ୍ଦୁ ଉପାସନା ଧାରା ନୁହେଁ, ବୌଦ୍ଧ ଓ ଜୈନ ଉପାସନା ଧାରାରେ ମଧ୍ୟ ସରସ୍ୱତୀ ବିଦ୍ୟା ଓ ବାଣୀର ଦେବୀ। ଏଣୁ ମୁଖ୍ୟତଃ ‘ବିଦ୍ୟାଦେବୀ’ ଭାବରେ ହିଁ ତାଙ୍କର ଉପାସନା କରାଯାଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ