କଳା ଓ ସଂସ୍କୃତି ଧର୍ମ

ରାମ ମନ୍ଦିର ନିର୍ମାଣ ପାଇଁ ବ୍ୟାଙ୍କ୍ ଆକାଉଣ୍ଟରେ ଜମାହେଲାଣି ୧୦୦୦ କୋଟି ଟଙ୍କା ! ଖୁବଶୀଘ୍ର ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା ୧୧/୦୨ : ଗୋଟିଏ ପଟେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଅନ୍ୟ ପଟେ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ ମଧ୍ୟ ଜୋରସୋରରେ ଜାରି ରହିଛି । ସାରା ଦେଶରେ ମୋଟ ଏକ ଲକ୍ଷ୍ୟ ୫୦ ଟ୍ରଲି ଧନ ସଂଗ୍ରହ କାର୍ଯ୍ୟରେ ଲାଗିଛନ୍ତି । ବିଭିନ୍ନ ସ୍ଥାନରୁ ଆଦାୟ ହେଉଥିବା ଟଙ୍କାକୁ ମୋଟ ୩୭ ହଜାର ଲୋକ ବ୍ୟାଙ୍କ୍‌ରେ ଜମା କରିବା କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ତେବେ ପାଣ୍ଠି ସଂଗ୍ରହ ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଆଦାୟ ହୋଇସାରିଲାଣି ତାହା କହିବା ସମ୍ଭବପର ନୁହେଁ । ଆନୁମାନିକ ଭାବେ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିସାରିଛି । ଏହା ବାଦ କିଛି ଅର୍ଥ ଆଦାୟ ହୋଇଛି ଏବଂ ବ୍ୟାଙ୍କ୍‌ ଆକାଉଣ୍ଟରେ ଜମା ହୋଇନାହିଁ କାରଣ ଏଥି ପାଇଁ କିଛି ସମୟ ଲାଗୁଛି ।

ଯଦି ମନ୍ଦିର କଥା କୁହାଯାଏ ତେବେ ଯେଉଁ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ସେଠାରେ ପ୍ରାୟ ୫ ମିଟର ତଳକୁ ଖନନ କାର୍ଯ୍ୟ ଜାରି ରହିଛି । ଟାଟା କନସଲଟାନ୍ସି ସହ ଏ ନେଇ ବୁଝାମଣା ସରିଛି । ୨୦୨୨ ସୁଦ୍ଧା ଅଯୋଧ୍ୟାରେ ରାମ ମନ୍ଦିର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ମନ୍ଦିର ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି । ସାରା ଦେଶରେ ପାଣ୍ଠି ସଂଗ୍ରହ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ମନ୍ଦିର ନିର୍ମାଣ ପାଇଁ ମୋଟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ