ଲାଇଫ୍ ଷ୍ଟାଇଲ

ଫୁଲକୋବି ନାଡ ଫୋଫାଡ଼ି ଦେଉଛନ୍ତି କି ? ନାଡରେ ବି ଭରପୁର ଅଛି ଏସବୁ ଭିଟାମିନ

ଆପଣ ଫୁଲକୋବିର ନାଡକୁ ଫୋଫାଡ଼ି ଦେଉଛନ୍ତି କି ? ଯଦି ହଁ, ଏହା କରନ୍ତୁ ନାହିଁ | କାରଣ ଫୁଲକୋବି ନାଡରେ ଏମିତି କିଛି ଭିଟାମିନ ଭରପୁର ମାତ୍ରାରେ ଅଛି ଯାହାକି ଆପଣଙ୍କ ଶରୀରରକୁ ଶକ୍ତି ଦେବା ସହ କିଛି ରୋଗରୁ ସୁରକ୍ଷା ଦେଇଥାଏ | ଯେତିକି ଲାଭ ଫୁଲକୋବିରୁ ମିଳିଥାଏ ସେତିକି ଫାଇଦା ନାଡରୁ ମଧ୍ୟ ମିଳିଥାଏ | ଫୁଲକୋବି ନାଡରେ କ୍ୟାଲୋରୀ ମାତ୍ରା କମ ଥିବାବେଳେ ଭିଟାମିନ ବହୁତ ପରିମାଣର ଥାଏ | ଜାଣନ୍ତୁ ଫୁଲକୋବି ନାଡରେ କଣ ସବୁ ଭିଟାମିନ ଥାଏ ଓ ଆମ ଶରୀର ପାଇଁ ଏହା କେତେ ଉପଯୋଗୀ ?

ଫୁଲକୋବି ନାଡରେ ଭିଟାମିନ୍ ଏ ଥାଏ ଯାହାକି ଆଖିର ଦୃଷ୍ଟିଶକ୍ତିକୁ ଭଲ ରଖେ | ଯେଉଁମାନେ ନିୟମିତ ଭାବେ ଫୁଲକୋବି ନାଡ ଖାଇଥାନ୍ତି, ସେହି ଲୋକଙ୍କର ଆଖିରେ କମ୍ ସମସ୍ୟା ଥାଏ | ଫୁଲକୋବି ନାଡ ଯକ୍ଷ୍ମା ରୋଗରୁ ଉପଶମ ଦେଇଥାଏ | ଯଦି ଆପଣ ଉଚ୍ଚ ରକ୍ତଚାପ ସମସ୍ୟାର ଶିକାର ହେଉଛନ୍ତି ତେବେ ଫୁଲକୋବି ନାଡ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରରେ ରଖିବାରେ ସାହାଯ୍ୟ କରିଥାଏ |

ଫୁଲକୋବି ନାଡରେ କମ୍ କାର୍ବୋହାଇଡ୍ରେଟ୍, କମ୍ କ୍ୟାଲୋରୀ ଥାଏ ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ | ଫୁଲକୋବି ନାଡରେ ଭିଟାମିନ୍ କେ ମିଳିଥାଏ, ଯାହା ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ | ଫୁଲକୋବିର ନାଡ ଖାଇବା ଦ୍ୱାରା ଅସନ୍ତୁଳିତ ହରମୋନ୍ ସନ୍ତୁଳିତ ହୋଇପାରେ | ଏପରି ପରିସ୍ଥିତିରେ ଅସନ୍ତୁଳିତ ହରମୋନ୍ ସମ୍ବନ୍ଧୀୟ ରୋଗ ଦୂର ହୋଇପାରିବ |

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ