କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସୁନା ରୁପାରେ ସଜାହୋଇଛି ଅମ୍ବାନୀଙ୍କ ପୂଜାଘର: ଭଗବାନଙ୍କ ମୂର୍ତ୍ତିରେ ଖଚିତ ହୋଇଛି ହୀରା

ମୁମ୍ବାଇ ୦୬/୦୨ : ଦେଶର ସବୁଠାରୁ ଧନୀ ପରିବାର ଅମ୍ବାନୀଙ୍କ ଲାଇଫଷ୍ଟାଇଲ କେମିତି ତାହା ତ ସମସ୍ତେ ଜାଣିଛନ୍ତି। ତେବେ ଅମ୍ବାନୀଙ୍କ ଘର ଏଣ୍ଟିଲିୟାର ମନ୍ଦିରର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଚି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଣ୍ଟିଲିୟା ଦୁନିଆର ସବୁଠାରୁ ମହଙ୍ଗା ଘରମାନଙ୍କ ମଧ୍ୟରୁ ଗୋଟିଏ।


ଅମ୍ବାନୀ ପରିବାର ଭଗବାନଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି। ଅମ୍ବାନୀ ପରିବାର ଯେକୌଣସି ଶୁଭ କାମ ପୂର୍ବରୁ ପୂଜା, ହୋମ, ଯଜ୍ଞ ଆଦି କରିଥାନ୍ତି।


ମୁକେଶ ଓ ନିତା ଅମ୍ବାନୀ ଘର ତିଆରି କଲାବେଳେ ଘରର ମନ୍ଦିର ବା ପୂଜାଘରରେ ଅଧିକ ଖର୍ଚ୍ଚ କରିଥିଲେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏଣ୍ଟିଲିୟାର ପୂଜାଘରେ ଭଗବାନଙ୍କ ପ୍ରତିମା ଠାରୁ ଆରମ୍ଭ କରି କବାଟ ଯାଏଁ ସବୁ ଜିନିଷ ସୁନା ଓ ରୁପାରେ ତିଆରି। କେବଳ ସେତିକି ନୁହେଁ ଭଗବାନଙ୍କ ପ୍ରତିମାରେ ହୀରା ଗହଣା ଖଚିତ ହୋଇଛି ।

ନିତା ଅମ୍ବାନୀଙ୍କୁ ହୀରାର ବହୁତ ସଉକ। ସେଥିପାଇଁ ସେ ନିଜ ପୂଜାଘରକୁ ଖାସ କରିବାକୁ ଦାମୀ ଓ ବହୁମୂଲ୍ୟ ଜିନିଷରେ ସଜାଇଛନ୍ତି। ତାଙ୍କ ଘରେ ଏମିତି ଏକ ଜାଗା ବି ରହିଛି ଯାହାକୁ ଆସ୍ଥା ସହ ଜଡିତ ତମାମ ମହଙ୍ଗା ମୂର୍ତ୍ତିରେ ସଜାଯାଇଛି। ନିତା ଅଧିକାଂଶ ସମୟରେ ଏଠାରେ ବସନ୍ତି। ଏଠାରେ ବସିଲେ ତାଙ୍କୁ ଶାନ୍ତି ମିଳେ ବୋଲି ସେ କୁହନ୍ତି।

ଆଇପିଏଲର ମିଃମ୍ବାଇ ଇଂଡିଆନ୍ସ ଟିମ ଅମ୍ବାନୀଙ୍କର। ମୁମ୍ବାଇ ଇଂଡିଆନ୍ସ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଟ୍ରଫି ଜିତିଛନ୍ତି। ଟିମ ଯେବେ ବି ବିଜେତା ହୁଏ ନିତା ଅମ୍ବାନୀ ଟ୍ରଫିକୁ ନିତା ଅମ୍ବାନୀ ମନ୍ଦିରରେ ଭଗବାନଙ୍କ ଚରଣରେ ନିଶ୍ଚୟ ରଖନ୍ତି।

୪ ଲକ୍ଷ ବର୍ଗ ଫୁଟରେ ନିର୍ମିତ ଏଣ୍ଟିଲିୟାରେ ୬୦୦ ଜଣ କର୍ମଚାରୀ ୨୪ ଘଣ୍ଟା କାମ କରନ୍ତି। ଏକ ବଡ ଜାଗାରେ ପୂଜାଘର ତିଆରି ହୋଇଛି। ଏଣ୍ଟିଲିୟାକୁ ଚିକାଗୋରେ ରହୁଥିବା ଆର୍କିଟେକ୍ଟ ପାର୍କିନ୍ସ ଡିଜାଇନ କରିଛନ୍ତି।


ଅଷ୍ଟ୍ରେଲିଆନ ନିର୍ମାତା କମ୍ପାନୀ ଲାଗଟନ୍ ହୋଲ୍ଡିଙ୍ଗ ନିର୍ମାଣ କରିଛି। ୨୦୧୦ ମସିହାରେ ନିର୍ମାଣ ହୋଇଥିବା ଏଣ୍ଟିଲିୟା ୮ ରିକ୍ଟର ସ୍କେଲ ଭୂକମ୍ପ ଝଟକା ମଧ୍ୟ ବରଦାସ କରିପାରେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ