କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ଆସନ୍ତା ଶୁକ୍ରବାର କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହିସବୁ ରାଶି ପାଇଁ ରହିଛି ଧନ ଲାଭର ଯୋଗ

ଭୁବନେଶ୍ବର ୯।୨: ଫେବୃଆରୀ ୧୨ ତାରିଖରେ ସୂର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିରେ ଗୋଚର କରିବେ । କୁମ୍ଭ ରାଶିରେ ସୂର୍ଯ୍ୟ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ରହିବେ । ମାର୍ଚ୍ଚ ୧୪ ତାରିଖରେ ପୁଣି ଥରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟ ପ୍ରତ୍ୟେକ ରାଶିରେ ପାଖାପାଖି ଗୋଟିଏ ମାସ ରହିଥାନ୍ତି । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଦ୍ବାରା ସମସ୍ତ ରାଶି ଉପରେ ସକରାତ୍ମକ କିମ୍ବା ନକରାତ୍ମକ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଦ୍ବାରା ସମସ୍ତ ରାଶି ଉପରେ କ’ଣ ପ୍ରଭାବ ପଡିବ…

ମେଷ ରାଶି :

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅର୍ଥ ଲାଭର ଯୋଗ ରହିବ । ଉଚ୍ଚ ପଦାଧିକାରୀ କିମ୍ବା ପରିବାର ମଧ୍ୟରେ ବିବାଦ ସୃଷ୍ଟି କରନ୍ତୁନାହିଁ । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ।

ବୃଷ ରାଶି :

ଏହି ରାଶି ସହିତ ଜଡିତ ବ୍ୟବସାୟୀ ଏବଂ ବିଦ୍ୟାର୍ଥୀମାନଙ୍କ ପାଇଁ ଶୁଭ ଯୋଗ ରହିଛି । ଧନ ଲାଭ ଆୟରେ ବୃଦ୍ଧି ଏବଂ ଚାକିରୀ ମିଳିବାର ସୁଯୋଗ ରହିଛି ।

ମିଥୁନ ରାଶି :

ଏହି ରାଶିର ବ୍ୟକ୍ତି ଧାର୍ମିକ ଚିନ୍ତାଧାରା ବୃଦ୍ଧି ପାଇବ । ବିରୋଧୀଙ୍କୁ ପରାସ୍ତ କରିବେ । ଆପଣ ଯେକୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇପାରିବେ ।

କର୍କଟ ରାଶି :

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଏହି ରାଶିର ବ୍ୟକ୍ତିମାନଙ୍କର ମାନ-ସମ୍ମାନ ବଢିବ । କିନ୍ତୁ ଶରୀରିକ କଷ୍ଟ ମିଳିପାରେ । ଆକସ୍ମିକ ଖର୍ଚ୍ଚ ଦ୍ୱାରା ଧନହାନୀର ସମ୍ଭାବନା ରହିଛି ।

ସିଂହ ରାଶି :

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେତୁ, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଏକ ମିଶ୍ରିତ ପ୍ରଭାବ ହେବ । ବ୍ୟବସାୟରେ ଲାଭ ଏବଂ ଅନ୍ୟାନ୍ୟ ଆର୍ଥିକ ଲାଭର ଯୋଗ ରହିବ ।

କନ୍ୟା ରାଶି :

ଏହି ସମୟ ମଧ୍ୟରେ କାହାକୁ ଅଧିକ ଟଙ୍କା ଋଣ ଦିଅନ୍ତୁ ନାହିଁ । ଦିଆଯାଇଥିବା ଟଙ୍କା ଫେରସ୍ତ ପାଇବାରେ ସନ୍ଦେହ ରହିବ ।

ତୁଳା ରାଶି :

ରାଶି ପରିବର୍ତ୍ତନ ହେତୁ ବ୍ୟବସାୟୀମାନଙ୍କ ପାଇଁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସମୟ ଭଲ ରହିବ । ନୂତନ କାର୍ଯ୍ୟ, ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ । ଉଚ୍ଚ ପଦାଧିକାରୀଙ୍କ ସହଯୋଗ ରହିବ ।

ବିଛା ରାଶି :

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମାନସିକ ଅଶାନ୍ତିର ସମସ୍ୟା ରହିବ । କାର୍ଯ୍ୟ କ୍ଷେତ୍ରରେ ସଂଘର୍ଷ ବଢିବ । ତଥାପି, ବିରୋଧୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ ।

ଧନୁ ରାଶି : ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କାର୍ଯ୍ୟରେ ସଫଳତାର ସମ୍ଭାବନା ସର୍ବାଧିକ ରହିବ । ବିଦ୍ୟାର୍ଥୀ କିମ୍ବା ପ୍ରତିଯୋଗିତାରେ ବସିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅପେକ୍ଷାକୃତ ଭଲ ରହିବ । ମହିଳାମାନଙ୍କ ପାଇଁ ଚାକିରିରେ ପଦୋନ୍ନତି ଏବଂ ନୂତନ ଚୁକ୍ତିନାମା ପ୍ରାପ୍ତିର ଯୋଗ ମଧ୍ୟ ରହିବ ।

ମକର ରାଶି :

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନପ୍ରାପ୍ତିର ଯୋଗ ରହିବ । କଳହରୁ ଦୁରେଇ ରହିବେ । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବେ ।

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ପରିବାରରେ କଳହ ଲାଗି ରହିବ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ । ବିବାହ ଯୋଗ ରହିବ ।

ମୀନ ରାଶି :

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ମିଶ୍ରିତ ପ୍ରଭାବ ହେବ । ପାଠପଢ଼ା ଏବଂ ଚାକିରୀ କ୍ଷେତ୍ରରେ ଲାଭ ଯୋଗ ରହିବ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ