କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୁମ୍ଭ ମେଳା ପ୍ରସ୍ତୁତି: ୩ହଜାର ହୋଟେଲକୁ କୋଭିଡ୍ କେୟାର୍ ସେଣ୍ଟର୍ କରିବେ ସରକାର, ଆନ୍ଦୋଳନ ଘୋଷଣା କଲେ ହୋଟେଲ ବ୍ୟବସାୟୀ

ହରିଦ୍ୱାର ୦୯/୦୨ : ଦୁନିଆର ସବୁଠାରୁ ବଡ ଧାର୍ମିକ ମେଳା ମହାକୁମ୍ଭ ମେଳା ଏଥର ହରିଦ୍ୱାରରେ ହେବାକୁ ଯାଉଛି। ମହାକୁମ୍ଭକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କୁମ୍ଭରେ ପବିତ୍ର ସ୍ନାନ କରିବେ। କିନ୍ତୁ କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଅସୁବିଧା ସାମ୍ନା କରିବାକୁ ପଡିପାରେ। ହରିଦ୍ୱାର ଜିଲ୍ଲା ପ୍ରଶାସନ ପାଖାପାଖି ୩ ହଜାର ହୋଟେଲକୁ କୋଭିଡ କେୟାର ସେଣ୍ଟର କରିବାକୁ ଚିହ୍ନଟ କରିଛି। ସେଥିପାଇଁ ଶ୍ରଦ୍ଧାଳୁଙ୍କୁ ହୋଟେଲ ବୁକିଂରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଦିନେ ଦୁଇ ଦିନ ଭିତରେ ହୋଟେଲଗୁଡିକୁ କୋଭିଡ କେୟାର ସେଣ୍ଟରର ଅଧିଗ୍ରହଣ ନେଇ ସୂଚନା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ହୋଟେଲ ବ୍ୟବସାୟୀ ଚିନ୍ତିତ ହୋଇପଡିଛନ୍ତି।

କରୋନା ଯୋଗୁଁ କୁମ୍ଭ ମେଳାରେ ବିଶେଷ ବ୍ୟବସ୍ଥା କରାଯାଉଛି। ତେବେ ସରକାର ଏବେ ଯାଏଁ କୌଣସି ନୋଟିଫିକେସନ ଜାରି କରିନାହାନ୍ତି। କିନ୍ତୁ କୁମ୍ଭ ମେଳାକୁ ନେଇ ପ୍ରଶାସନ ବଡ ସ୍ଥରରେ ପ୍ରସ୍ତୁତି କରୁଛି। ସମୟ ଆସିଲେ ଏବଂ ଆବଶ୍ୟକ ପଡିଲେ ହୋଟେଲଗୁଡିକୁ କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହାର କରିବାକୁ ହଜାର ହଜାର ହୋଟେଲ ଚିହ୍ନଟ କରାଯାଇଛି। କୋଭିଡ କେୟାର ପାଇଁ ଜିଲ୍ଲା ପ୍ରଶାସନ ପ୍ରାୟ ୧୦ ହଜାର ବେଡ଼ ପ୍ରସ୍ତୁତ କରୁଛି। ତାଛଡା ମେଳା ପ୍ରଶାସନ ମଧ୍ୟ ଏଥିପାଇଁ ଅଲଗା ପ୍ରସ୍ତୁତି କରୁଛି।


ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ହୋଟେଲ ବ୍ୟବସାୟୀ ଚିନ୍ତିତ ଅଚାହଁନ୍ତି। ହୋଟେଲ ବ୍ୟବସାୟୀ କହିଛନ୍ତି ପ୍ରଶାସନ ଯଦି ହୋଟେଲଗୁଡିକୁ କୋଭିଡ କେୟାର ସେଣ୍ଟର କରିଦେବ ତାହେଲେ ଶ୍ରଦ୍ଧାଳୁ କେଉଁଠି ରହିବେ। ଏହି ନିଷ୍ପତ୍ତି ଦ୍ୱାରା ତାଙ୍କ ବ୍ୟବସାୟ ମଧ୍ୟ ମାଡ ଖାଇବା। ପ୍ରଶାସନ ଏଥିପାଇଁ ନିଜ ସ୍ଥରରେ ବ୍ୟବସ୍ଥା କରିବା ଉଚିତ ବୋଲି ହୋଟେଲ ବ୍ୟବସାୟୀ କହିଛନ୍ତି। ଏନେଇ ହୋଟେଲ ମାଲିକ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ବ୍ୟବସାୟୀ କହିଛନ୍ତି, ଜିଲ୍ଲା ପ୍ରଶାସନ ପୂର୍ବରୁ ହୋଟେଲଗୁଡିକୁ କୋଭିଡ କେୟାର ସେଣ୍ଟର କରିଥିଲା ଯାହାର ଟଙ୍କା ଆଜି ଯାଏଁ ଦେଇନି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,