ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମାଛ ଧରାଳୀରୁ କୋଟିପତି: ସ୍ବପ୍ନରେ ଦେଖିଲେ ସମୁଦ୍ରକୂଳରେ ମିଳିବ ଉପହାର, ମିଳିଲା ୨୫ କୋଟି ଟଙ୍କା ମୂଲ୍ୟର ଦୁର୍ଲଭ ମୋତି

ନୂଆଦିଲ୍ଲୀ ୦୯/୦୨ : ମଣିଷର ଭାଗ୍ୟ କେତେବେଳେ ଯେ ବଦଳିଯିବ କିଏ କହିପାରିବନି। କେତେବେଳେ ଗରିବରୁ ଧନୀ ତ କେତେବେଳେ ଧନୀରୁ ଗରିବ ହୋଇଯିବ କେହି କହିପାରିବେନି। କେତେବେଳେ ବଙ୍ଗଳାରେ ରହୁଥିବା ଲୋକ ଗରିବ ହୋଇଯିବ ତ କେତେବେଳେ ସଡକରେ ଜୀବନ ବିତାଉଥିବା ଲୋକଙ୍କ ଭାଗ୍ୟରେ ମହଲା ଭଳି ସୁଖ ସୁବିଧା ସାମିଲ ହୋଇଯାଇଥାଏ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଥାଇଲ୍ୟାଣ୍ଡରେ। ଥାଇଲ୍ୟାଣ୍ଡର ଜଣେ ଗରିବ ମାଛ ଧରାଳୀ କେବେ ସ୍ବପ୍ନରେ ବି ଭାବି ନଥିଲେ ଯେ ସେ କୋଟିପତି ହୋଇଯିବେ।

ମାଛ ଧରି ଜୀବନଯାପନ କରୁଥିବା ବ୍ୟକ୍ତି ହଠାତ କୋଟିପତି ହୋଇଗଲେ। ତାଙ୍କ ସହ ଏମିତି ଏକ ଅଜବ ଘଟଣା ଘଟିଲା ଯାହା ତାଙ୍କୁ ୨୫ କୋଟିର ମାଲିକ କରିଦେଲା। ଗତ ସପ୍ତାହରେ ମାଛ ଧରାଳିଙ୍କୁ ଖବରକାଗଜରେ ଅନେକ ଚର୍ଚ୍ଚା ହୋଇଛି। ନିଜ ଘର ନିକଟରେ ସମୁଦ୍ରକୂଳରେ ଶାମୁକା ଗୋଟାଇବାବେଳେ ତାଙ୍କୁ ନାରଙ୍ଗୀ ରଙ୍ଗର ଏକ ବିରଳ ଦୁର୍ଲଭ ମୋତି ମିଳିଥିଲା। ତାକୁ ସେ ଘରକୁ ନେଇ ନିଜ ଭାଇ ଓ ବାପାଙ୍କୁ ଦେଖାଇଲେ। ଶାମୁକା ସଫା କଲାବେଳେ ୭.୬୮ ଗ୍ରାମ ମୋତିର ଖୁଲାସା ହୋଇଥିଲା। ଆର ଦିନ ସେ ତାର ମୂଲ୍ୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଲେ। ଦୁର୍ଲଭ ମୋତି ମିଳିଥିବା ଖବର ଶୁଣି ଲୋକେ ତାଙ୍କ ଘରକୁ ଯାଇଥିଲେ। କିଛି ଦିନ ପରେ ଜଣେ ଧନୀ ବ୍ୟବସାୟୀ ୨୫ କୋଟି ଟଙ୍କାରେ ସେହି ମୋତିକୁ କିଣିବାକୁ ଇଚ୍ଛା ଜାହିର କଲେ। କିନ୍ତୁ ମାଛ ଧରାଳିଙ୍କ ପରିବାର ମନା କରିଦେଇଥିଲା। ସେମାନେ କହିଥିଲେ ଯେ ତାକୁ ସେ ଆହୁରି ଅଧିକ ଦାମରେ ବିକ୍ରି କରିବାକୁ ଚାହୁଁଛନ୍ତି। ବିକ୍ରି ଅର୍ଥରୁ ତାଙ୍କ ଜୀବନ ତାଙ୍କ ଭାଗ୍ୟ ବଦଳିଯିବ ବୋଲି ସେମାନେ କହିଥିଲେ। ତାଙ୍କ ପରିବାରର ଜୀବନ ସୁଧୁରିଯିବା ବୋଲି ସେ କହିଥିଲେ।

ତାଙ୍କ ଘରକୁ ଆସୁଥିବା କିଛି ଲୋକଙ୍କୁ ମାଛ ଧରାଳି ଉତ୍ସୁକତାର ସହ କହିଥିଲେ ଯେ କିଛି ଦିନ ପୂର୍ବରୁ ସେ ଏକ ସ୍ବପ୍ନ ଦେଖିଥିଲେ। ସେ ସ୍ବପ୍ନରେ ଜଣେ ବୃଦ୍ଧଙ୍କୁ ଦେଖିଥିଲେ ଯାହାର ଲମ୍ବ ନିଶ ଥିଲା। ସେ ତାଙ୍କୁ କହିଥିଲେ ଯେ ସମୁଦ୍ରକୂଳକୁ ଯାଇ ନିଜ ଉପହାର ନେଇଯାଅ। ସେ କହିଥିଲେ ସେ ସ୍ବପ୍ନ ଆଧାରରେ ସମୁଦ୍ରକୂଳକୁ ଯାଇଥିଲେ ଓ ସେଠାରେ ତାଙ୍କୁ ଏହି ବହୁମୂଲ୍ୟ ମୋତି ମିଳିଥିଲା। ମାଛ ଧରାଳି ଜଣକ ବିଶ୍ୱାସର ସହ କହିଛନ୍ତି ଯେ ବୃଦ୍ଧ ଭେଷରେ ଭଗବାନ ତାଙ୍କ ସ୍ବପ୍ନରେ ଆସିଥିଲେ ଓ ତାଙ୍କୁ ଗରିବୀ ଦୂର କରିବାକୁ ଚାହୁଁଥିଲେ। ତେବେ ମୋତିକୁ ଅଧିକରୁ ଅଧିକ ଟଙ୍କାରେ କିଣିବାକୁ ଦାବିଦାରଙ୍କ ଭିଡ ଲାଗି ରହିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ