କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଚାଲିଥିଲା ସାରଥି ଭଜନ ସନ୍ଧ୍ୟା, ବନ୍ଦ କରାଇଲା ପୋଲିସ, ଫଟୋ ରଖି କରାଯାଉଥିଲା ପୂଜାର୍ଚ୍ଚନା

କେନ୍ଦ୍ରାପଡ଼ା,୦୯/୦୨: ଏବେବି ଆତ୍ମଘୋଷିତ ଭଗବାନ ସାରଥି ଓରଫ ସନ୍ତୋଷ ରାଉଳ ଉପରେ ରହିଛି ଲୋକଙ୍କ ବିଶ୍ୱାସ । ଲୋକେ ପୂଜାର୍ଚ୍ଚନା କରୁଛନ୍ତି । ସାରଥୀ ବନ୍ଦନା ଗାଉଛନ୍ତି । ତେବେ କେନ୍ଦ୍ରାପଡ଼ା ସହରର ମଢ଼ିଆଳ ବଜାରରେ ସୋମବାର ସନ୍ଧ୍ୟାରେ ବିବାଦୀୟ ‘ସାରଥି ବାବା’ ଓରଫ ସନ୍ତୋଷ ରାଉଳର କିଛି ଅନୁଗତ ଭକ୍ତ ଭଜନ କାର୍ଯ୍ୟକ୍ରମ ଚଳାଉଥିଲେ । ଏତିକି ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ଏହାକୁ ବନ୍ଦ କରାଇଛି ।

ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ ସାରଥି ପ୍ରବଚନ, ସତ୍‌ସଙ୍ଗ, ଭଜନ ଭଳି କାର୍ଯ୍ୟକ୍ରମରେ ଭାଗ ନେଇପାରିବେନି କି କେନ୍ଦ୍ରାପଡ଼ା ଯାଇପାରିବେନି ବୋଲି ସର୍ତ୍ତ ରହିଛି । ଅପରପକ୍ଷରେ ବିବାଦୀୟ ସାରଥି ବାବା ନାଁରେ କାର୍ଯ୍ୟକ୍ରମ ପରିବେଷଣକୁ ପ୍ରଶାସନିକ ସ୍ତରରେ ବାରଣ ଥିବା ବେଳେ ତାହାର ଖିଲାପ କରାଯାଉଛି । ଏନେଇ ପୋଲିସ ପାଖେ ବାରମ୍ବାର ଅଭିଯୋଗ ହୋଇଥିଲା । ଅଞ୍ଚଳର ଜଣେ ବ୍ୟବସାୟୀ ପ୍ରାୟ ୫୦ରୁ ଅଧିକ ଲୋକଙ୍କୁ ନେଇ ସାରଥିର ଫଟୋଚିତ୍ର ରଖି ଭଜନ କାର୍ଯ୍ୟକ୍ରମ ଚଳାଇଥିଲେ । ପୋଲିସ ଖବର ପାଇ ଏହାକୁ ବନ୍ଦ କରିବା ସହ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚର ଜାରି ରଖିଛି ।

ସୋମବାର ରାତିରେ ଏହି କାର୍ଯ୍ୟକ୍ରମ ମଢ଼ିଆଳରେ ଚାଲିଥିଲା । ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ସମସ୍ତ ମାମଲାରେ ହାଇକୋର୍ଟରୁ ଜାମିନ୍‌ ମିଳିସାରିଛି । ଏବେ ସେ ଜେଲ୍‌ରୁ ମୁକ୍ତି ପାଇ ଏବେ ଅଜ୍ଞାତ ସ୍ଥାନରେ ରହୁଛନ୍ତି । ସାରଥିଙ୍କ ପ୍ରବଚନ, ଭଜନ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ ହୋଇଥିଲେ ବି ଏଠାରେ ବେଆଇନ ଭାବେ ଏହା କରାଯାଉଥିବାରୁ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଟାଉନ୍‌ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି । ଏଯାଏ ସାରଥି କେଉଁଠାରେ ରହୁଛନ୍ତି ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାରଥି ଆଶ୍ରମ ଓ ସତ୍ୟମ୍‌ ଚାରିଟେବୁଲ ଟ୍ରଷ୍ଟ ସହ ଜଡ଼ିତ ସମ୍ପତ୍ତିକୁ ନିଜ ଦଖଲକୁ ନେଇସାରିଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,