ଦେଶ ବିଦେଶ ମନୋରଞ୍ଜନ

ଅଧୁରା ପ୍ରେମ କାହାଣୀ…ଏହି କାରଣରୁ ରେଖା ଆଉ ଅମିତାଭ ପରସ୍ପରଠୁ ଅଲଗା ହୋଇଗଲେ ?

ମୁମ୍ବାଇ ୦୮/୦୨ : କିଛି ପ୍ରେମ କାହାଣୀ ଅମର ହୋଇଯାଏ। ଏମିତି ଏକ ପ୍ରେମ କାହାଣୀ ବଲିଉଡ ବିଗ ବି ଅମିତାଭ ବଚ୍ଚନ ଓ ରେଖାଙ୍କ ଯାହାକୁ ଲୋକେ ଆଜି ବି ମନେରଖିଛନ୍ତି। ଏମିତି ଏକ ସମୟ ଥିଲା ଯେତେବେଳେ ବଡ ପରଦାରେ ସବୁଠାରୁ ଗ୍ଲାମର୍ସ ଅନ ସ୍କ୍ରିନ ଯୋଡି ମଧ୍ୟରୁ ଗୋଟିଏ ଥିଲା ଅମିତାଭ ଓ ରେଖାଙ୍କ ଯୋଡି। ବିଗ୍ ବି ଓ ରେଖାଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ ଥିଲା।

ଉଭୟ ପରସ୍ପରକୁ ପ୍ରେମ କରୁଥିଲେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିନଥିଲେ। ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କୁ ବିବାହ କଲେ ଓ ଘର ପରିବାର ସହ ଖୁସିରେ ଜୀବନ କାଟୁଛନ୍ତି। କିନ୍ତୁ ରେଖା ନିଜ ଜୀବନରେ ଏକା ରହିଗଲେ। ଆଜି ବି ରେଖା ଅମିତାଭର ପ୍ରଶଂସା କରନ୍ତି। ଆଜି ବି ଉଭୟଙ୍କ ସମ୍ପର୍କର ସମାଧାନ ହୋଇପାରିନାହିଁ।


ଏକା ଇଣ୍ଟରଭ୍ୟୁରେ ରେଖା କହିଥିଲେ, “ମୋତେ ଲାଗୁଛି ମୁଁ କଣ ଚାହୁଁଚି ତାକୁ ନେଇ କାହାକୁ କିଛି ଫରକ ପଡୁନି। ସେ ନାଁ ନ ନେଇ ଜୟା ବଚ୍ଚନଙ୍କୁ ଟାର୍ଗେଟ କରି କହିଥିଲେ ଆଉ ଜଣେ ନିରୀହ ଭଳି ଅଛନ୍ତି। ଜଣେ ଏସବୁ ଜାଣିବା ସତ୍ତ୍ୱେ ଗୋଟିଏ ଛାତ ତଳେ କିଭଳି ରହିପାରେ। ସେ ବି ଭଲ ଭାବେ ଜାଣିଛନ୍ତି ଯେ ସେ ଆଉ ଜଣକୁ ଭଲପାଏ। ଆମେ ଯଦି ପରସ୍ପରକୁ ପ୍ରେମ କରୁଛୁ ତ କରୁଛୁ। ତାକୁ ନେଇ କିଏ କଣ ଭାବୁଛି ମୋତେ ସେଥିରୁ କିଛି ଫରକ ପଡ଼େନି। ଅମିତାଭ ନିଜ ପତ୍ନୀ ଓ ପୁଅଝିଅଙ୍କ ସୁରକ୍ଷା ପାଇଁ ଏସବୁ କରୁଛନ୍ତି, ବହୁତ ଭଲ କଥା। ”

ସେ କହିଛନ୍ତି ତାଙ୍କର କାହା ସହ କିଛି ମତଲବ ନାହିଁ କି ତାଙ୍କୁ ଲୋକଙ୍କ କୋଉ କଥା ଚିନ୍ତିତ କରେନି। ତାଙ୍କ ପ୍ରେମ ତାଙ୍କ ଯାଏଁ ସୀମିତ, ଏକହକୁ ଦେଖାଇବା ପାଇଁ ନାହିଁ ବୋଲି ରେଖା କହିଛନ୍ତି। ସେ ଅମିତାଭଙ୍କୁ ପ୍ରେମ କରନ୍ତି ଓ ଅମିତାଭ ତାଙ୍କୁ। ଲୋକେ କୁହନ୍ତି ବିଚାରି ରେଖା ପାଗଳ। କିନ୍ତୁ ଲୋକଙ୍କ କଥାରେ ତାଙ୍କର କିଛି ଯାଏ ଆସେ ନାହିଁ ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ