ଦେଶ ବିଦେଶ ମନୋରଞ୍ଜନ

ମଣ୍ଡପରେ ସୋନୁଙ୍କ ପ୍ରତିମୂର୍ତି

ଚଳଚ୍ଚିତ୍ରର ଖଳନାୟକ ବାସ୍ତବ ଜୀବନର ନାୟକ ଯେବେ ସାଜନ୍ତି, ସେ ସମାଜରେ ପୂଜ୍ୟସ୍ପଦ ଓ ଉଦାହରଣ ହୋଇଯାଆନ୍ତି। ଠିକ୍‌ ଏହିଭଳି ହୋଇଛି ଅଭିନେତା ସୋନୁ ସୁଦ୍‌ଙ୍କ ସହ। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜି ବାସ୍ତବ ଜୀବନର ସେ ହିରୋ ପାଲଟିଛନ୍ତି। ଏଣୁ ତାଙ୍କୁ କୃତଜ୍ଞତା ଜଣାଇବା ତଥା ତାଙ୍କ ସମ୍ମାନରେ କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ସୋନୁଙ୍କ ପ୍ରତିମୂର୍ତି ଗଢ଼ାଯାଇଛି।
ପ୍ରଫୁଲ୍ଲ କାନନ ୱେଲଫେୟାର ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ଏହି ପୂଜା ମଣ୍ଡପର ଥିମ୍‌ ରହିଛି ଲକ୍‌ଡାଉନ୍‌ରେ ପ୍ରବାସୀଙ୍କ ଦୁଃଖ। ଏଥିରେ ପ୍ରବାସୀଙ୍କ ଦୁଃଖ ଯନ୍ତ୍ରଣାକୁ ପ୍ରଦର୍ଶିତ କରାଯାଇଥିବା ବେଳେ ସୋନୁ ସୁଦ୍‌ ସେମାନଙ୍କୁ ଆଶ୍ବାସନ ଦେଉଥିବା ତଥା ସାହାଯ୍ୟ କରୁଥିବା ପ୍ରଦର୍ଶିତ କରାଯାଇଛି। ଏନେଇ ମଣ୍ଡପର ଅନେକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଛି। ଅନ୍ୟପଟେ ସୋନୁ ଏ ସଂପର୍କରେ ଟ୍ବିଟ୍‌ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି। ସେ ଏହାକୁ ତାଙ୍କ ଜୀବନର ସବୁଠାରୁ ବଡ଼ ଉପହାର ବୋଲି ଉଲ୍ଲେଖ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ