ଭୁବନେଶ୍ୱର ୦୮/୦୨ : ସୋମବାର ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ସଚ୍ଚୋଟ ମନରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ କଷ୍ଟ ଦୂର ହୁଏ ଓ କଷ୍ଟରୁ ମୁକ୍ତି ମିଳେ ବୋଲି କୁହାଯାଏ। ଶିବ ସର୍ବଦା ନିଜ ଭକ୍ତଙ୍କ ଉପରେ କୃପା କରିଥାନ୍ତି। ଭଗବାନ ଶିବ ଓ ମାତା ପାର୍ବତୀଙ୍କ କେତେ ସନ୍ତାନ ଅଛନ୍ତି ତାହା ବୋଧହୁଏ ସମସ୍ତେ ଜାଣିନଥିଲେ। ଶିବ ଓ ପାର୍ବତୀଙ୍କ ସନ୍ତାନ ସମ୍ପର୍କରେ ପଢନ୍ତୁ।
କାର୍ତ୍ତିକେୟ – କାର୍ତ୍ତିକଙ୍କୁ ସୁବ୍ରମଣ୍ୟମ, ମୁରୁଗନ ଓ ସ୍କନ୍ଦ ମଧ୍ୟ କୁହାଯାଏ। ପୁରାଣ ଅନୁସାରେ ସସଥି ତିଥିରେ କାର୍ତ୍ତିକଙ୍କ ଜନ୍ମ ହୋଇଥିଲା। ସେଥିପାଇଁ ଏହି ଦିନ କାର୍ତ୍ତିକଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି।
ଗଣେଶ – ପୁରାଣରେ ଗଣେଶଙ୍କ ଉତ୍ପତ୍ତି ସମ୍ବନ୍ଧରେ ଲେଖାରହିଛି। ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କ ଜନ୍ମ ହୋଇଥିଲା। ମାତା ପାର୍ବତୀଙ୍କ ଚନ୍ଦନ ହଳଦୀରୁ ଗଣେଶଙ୍କ ଉତ୍ପତ୍ତି ହୋଇଥିଲା।
ସୁକେଶ – ସୁକେଶ ଭଗବାନ ଶିବଙ୍କ ତୃତୀୟ ପୁତ୍ର। ପୌରାଣିକ କଥା ଅନୁସାରେ ଦୁଇ ରାକ୍ଷସ ଭାଇ ଥିଲେ- ହେତି ଓ ପ୍ରହେତି। ପ୍ରହେତି ଧର୍ମାତ୍ମା ହୋଇଗଲା ଓ ହେତି ରାଜ୍ୟ ସମ୍ଭାଳି ନିଜ ସାମ୍ରାଜ୍ୟ ବିସ୍ତାର ହେତୁ କାଳଙ୍କ ପୁତ୍ରୀ ଭୟାଙ୍କୁ ବିବାହ କରିଥିଲା। ଭୟା ଠାରୁ ତାଙ୍କର ବିଦ୍ୟୁତକେଶ ନାମକ ଏକ ପୁତ୍ର ଜନ୍ମ ହେଲା। ସାଲକଣ୍ଟକଟା ସହ ବିଦ୍ୟୁତକେଶ ବିବାହ ହୋଇଥିଲା। ସାଲକଣ୍ଟକଟା ବ୍ୟଭିଚାରିଣୀ ଥିଲା। ସେଥିପାଇଁ ଯେତେବେଳେ ତାଙ୍କର ପୁତ୍ର ହେଲା ତାକୁ ବିଦ୍ୟୁତକେଶ ଅନାଥ ଭାବେ ଛାଡି ଦେଇଥିଲା। ପୁରାଣ ଅନୁଯାୟୀ, ଭଗବାନ ଶିବ ଓ ମାତା ପାର୍ବତୀଙ୍କ ନଜର ଏହି ଅନାଥ ବାଳକ ଉପରେ ପଡିଲା ଓ ସେମାନେ ତାକୁ ସୁରକ୍ଷା ପ୍ରଦାନ କଲେ ଓ ତାକୁ ସୁକେଶ ନାମ ଦେଇଥିଲେ। ସୁକେଶ ଠାରୁ ରାକ୍ଷସଙ୍କ ବଂଶ ଆଗକୁ ବଢିଥିଲା।
ଜଳନ୍ଧର – ଶିବଙ୍କ ଚତୁର୍ଥ ପୁତ୍ର ଜଳନ୍ଧର। ଶ୍ରୀମଦ ଭାଗବତ ପୁରାଣ ଅନୁସାରେ ଥରେ ଶିବ ନିଜ ତେଜ ସମୁଦ୍ରରେ ଫୋପାଡ଼ି ଦେଇଥିଲେ ଯେଉଁଥିରୁ ଜଳନ୍ଧର ଉତ୍ପନ୍ନ ହୋଇଥିଲେ। ଜଳନ୍ଧରଙ୍କ ଅପାର ଶକ୍ତି ଥିଲା ଓ ତାଙ୍କ ଶକ୍ତିର କାରଣ ତାଙ୍କ ପତ୍ନୀ ବୃନ୍ଦା। ବୃନ୍ଦା ପତିବ୍ରତା ଧର୍ମ ଯୋଗୁଁ ସବୁ ଦେବାଦେବୀ ମିଶି ମଧ୍ୟ ଜଳନ୍ଧରକୁ ପରାଜିତ କରିପାରିନଥିଲେ। ଜଳନ୍ଧର ବିଷ୍ଣୁଙ୍କୁ ପରାସ୍ତ କରି ଲକ୍ଷ୍ମୀଙ୍କୁ ତାଙ୍କ ଠାରୁ ଦୂର କରିବାକୁ ଯୋଜନା କରିଥିଲେ। ବିଷ୍ଣୁ ବୃନ୍ଦାର ପତିବ୍ରତା ଧର୍ମ ଖଣ୍ଡିତ କରିଥିଲେ। ପତିବ୍ରତା ଧର୍ମ ଖଣ୍ଡିତ ହେବାପରେ ଭଗବାନ ଶିବ ନିଜେ ଜଳନ୍ଧରର ବଧ କରିଥିଲେ।
ଅୟପ୍ପା – ଅୟପ୍ପା ଭଗବାନ ଶିବ ଓ ମାତା ମୋହିନୀଙ୍କ ପୁତ୍ର। ବିଷ୍ଣୁଙ୍କ ମୋହିନୀ ରୂପ ଦେଖି ଶିବଙ୍କ ବୀର୍ଯ୍ୟପାତ ହୋଇଥିଲା। ତାଙ୍କ ବୀର୍ଯ୍ୟକୁ ପାରଦ କୁହାଗଲା ଓ ତାଙ୍କ ବୀର୍ଯ୍ୟରୁ ପରେ ସସ୍ତୱ ନାମକ ପୁତ୍ର ଜନ୍ମ ହୋଇଥିଲା ଯାହାଙ୍କୁ ଦକ୍ଷିଣ ଭାରତରେ ଅୟପ୍ପା କୁହାଯାଏ। ଶିବ ଓ ବିଷ୍ଣୁଙ୍କ ଠାରୁ ଉତ୍ପନ୍ନ ହୋଥିବାରୁ ତାଙ୍କୁ ହରିହରପୁତ୍ର ମଧ୍ୟ କୁହାଯାଏ। କେରଳ ଶାବରୀମାଳାରେ ଅୟପ୍ପା ସ୍ୱାମୀଙ୍କ ପ୍ରସିଦ୍ଧ ମନ୍ଦିର ଅଛି। ଶିବଙ୍କ ପୁତ୍ରଙ୍କ ଦର୍ଶନ ନିମନ୍ତେ ବିଶ୍ୱର ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ଆସିଥାନ୍ତି।
ଭୂମା – ଥରେ କୈଳାସ ପର୍ବତରେ ଶିବ ସମାଧୀରେ ଧ୍ୟାନମଗ୍ନ ଥିଲେ ସେତେବେଳେ ତାଙ୍କ ଲଲାଟରୁ ୩ ବୁନ୍ଦା ଝାଳ ପୃଥିବୀ ପୃଷ୍ଠରେ ପଡିଥିଲା। ଏହି ବୁନ୍ଦାରୁ ଏକ ସୁନ୍ଦର ବାଳକର ଜନ୍ମ ହେଲା ଯାହାର ୪ ଭୁଜା ଥିଲା ଓ ସେ ରକ୍ତ ବର୍ଣ୍ଣର ଥିଲା। ପୃଥିବୀ ଏହି ପୁତ୍ରର ଲାଳନପାଳନ କରିଥିଲା। ଭୂମି ପୁତ୍ର ହୋଇଥିବାରୁ ତାଙ୍କୁ ଭୌମ କୁହାଗଲା। ବଡ ହେବାପରେ ସେ ମଙ୍ଗଳ କାଶୀରେ ଶିବଙ୍କ ତପସ୍ୟା କରିଥିଲେ। ଶିବ ପ୍ରସନ୍ନ ହୋଇ ତାଙ୍କୁ ମଙ୍ଗଳ ଲୋକ ପ୍ରଦାନ କରିଥିଲେ।
ଖୁଜା – ପୌରାଣିକ କଥା ଅନୁସାରେ ଖୁଜା ପୃଥିବୀରୁ ତୀକ୍ଷ୍ଣ କିରଣ ଭଳି ଉତ୍ପନ୍ନ ହୋଇ ସିଧା ଆକାଶ ଆଡକୁ ଚାଲି ଯାଇଥିଲେ। ତାଙ୍କ ସମ୍ପର୍କରେ ପୁରାଣରେ ଅଧିକ ବର୍ଣ୍ଣନା କରାଯାଇନାହିଁ।
(ବି ଦ୍ର :ଉପରେ ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ)