ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ପାନୀୟରେ ରହିଛି ଅନେକ ଉପକାରୀ ଗୁଣ; ମଧୁମେହରୁ ନେଇ ରକ୍ତଚାପ ରୋଗୀଙ୍କୁ ମିଳିବ ଉପଶମ

ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସେଥିମଧ୍ୟରୁ ସବୁଠାରୁ ଉତ୍ତମ ହେଉଛି ପଇଡ଼ପାଣି। ଏହାକୁ ପିଇବା ଦ୍ୱାରା ପେଟ ରୋଗ ଜନୀତ ଅନେକ ସମସ୍ୟାର ସମାଧାନ କରାଯାଇପାରେ। ଗୋଟିଏ ପଇଡ଼ରେ ମାତ୍ର ୪ ପ୍ରତିଶତ ଫଳ ଓ ୯୪ ପ୍ରତିଶତ ଜଳ ଭାଗ ଥାଏ। ଏଥିରେ କାର୍ବସ, ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌, ମ୍ୟାଗ୍‌ନେସିୟମ୍‌, ମାଗାନିଜ୍‌, ପଟ୍ଟାସିୟମ, ସୋଡ଼ିୟମ୍‌ ଓ କ୍ୟାଲ୍‌ସିୟମ୍‌ ରହିଛି। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ୍‌ ବି ରହିଛି।

ପଇଡ଼ରେ ମଧୁମେହ ରୋଗ ସହ ଲଢ଼ିପାରିବାର ଶକ୍ତି ରହିଛି। ରୀତିମତ ପଇଡ଼ ପାଣି ପିଇଲେ ମଧୁମେହକୁ ଆୟତ୍ତରେ ରଖାଯାଇ ପାରେ। ଏହା ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖେ।

କେବଳ ମଧୁମେହ ନୁହେଁ, କିଡନୀଜନୀତ ରୋଗ ପାଇଁ ମଧ୍ୟ ଏହା ଖୁବ୍‌ ଉପକାରୀ। ନିୟମିତ ପଇଡ଼ ପିଇଲେ କିଡ୍‌ନୀ ସୁସ୍ଥ ରହେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତିି।

ହୃଦ୍‌ରୋଗୀମାନଙ୍କ ପାଇଁ ମଧ୍ୟ ପଇଡ଼ ପାଣି ଖୁବ୍‌ ଉପକାରୀ। ପଇଡ଼ ପିଇଲେ ହୃଦ୍‌ଘାତ ହେବାର ସମ୍ଭାବନା କମ୍‌ ରହିଥାଏ।

ରକ୍ତଚାପ ପାଇଁ ମଧ୍ୟ ପଇଡ଼ ପାଣି ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ରକ୍ତଚାପ ରୋଗୀ ନିୟମିତ ପଇଡ଼ ପାଣି ପିଇଲେ ଭଲ।

ପରିସ୍ରା ସଂକ୍ରମଣ, ପେଟ ଗରମ, କାଶ ଆଦି ଅନେକ ରୋଗକୁ ପଇଡ଼ ପାଣି ପିଇବା ଦ୍ୱାରା ଆୟତ୍ତ କରାଯାଇ ପାରେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ