ଖେଳ ଦେଶ ବିଦେଶ

ବିଶ୍ବାସ ଅଛି, ମୁଁ ଯାହା ଛୁଇଁଲେ ବି ସୁନା: ଧାୱନ

ଦୁବାଇ : ଚଳିତ ଆଇପିଏଲ୍‌ର ପ୍ରଥମ କିଛି ମ୍ୟାଚ୍‌ରେ ଶିଖର ଧାୱନ ଛୋଟ ଛୋଟ ପାଳି ଖେଳିଥିଲେ ମଧ୍ୟ ଏସବୁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। କିନ୍ତୁ ବିଗତ ୪ଟି ପାଳିରେ ଅସାଧାରଣ ବ୍ୟାଟିଂ କରି ଯଥାକ୍ରମେ ୬୯*, ୫୭, ୧୦୧*, ୧୦୬* ରନ୍‌ କରିଛନ୍ତି। ନିଜର ପ୍ରଥମ ଟି-୨୦ ଶତକ ହାସଲ କରିବା ପରେ ଏହାକୁ ପରବର୍ତୀ ପାଳିରେ ଦୋହରାଇବାରୁ ଆଇପିଏଲ୍‌ ଇତିହାସରେ ପ୍ରଥମ ଖେଳାଳି ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂର୍ତ୍ତି ଅର୍ଜନ ଦିନ ହିଁ ସେ ଏହି କୃତିତ୍ବ ଅର୍ଜନ କରିଥିଲେ। ଏହି ଅବସରରେ ଶୁକ୍ରବାର ଧାୱନ ଏକ ମଜାଦାର ମତ ରଖିଛନ୍ତି।
‘ମୁଁ ଖେଳିବାକୁ ଭଲପାଏ, ଏହା ମୋ‌ତେ ଅନେକ ଆନନ୍ଦ ବି ଦିଏ। ମୁଁ କଠିନ ପରିଶ୍ରମ ଓ ପ୍ରସ୍ତୁତି କରିଛି ଏବଂ କେତେ ଫିଟ୍‌ ଅଛି ମଧ୍ୟ ଜାଣିଛି। ମୋର ନିଜ ଉପରେ ସମ୍ପୂର୍ଣ୍ଣ ଆସ୍ଥା ଅଛି, ମୁଁ ଯାହା ବି ଛୁଇଁବି ତାହା ସୁନା ପାଲଟିଯିବ।’ ମନ୍ଥର ଆରମ୍ଭ କରିବା ପରେ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂଙ୍କ ସହ ଆଲୋଚନା କରିଥିଲି। ମୁଁ ବଲକୁ ଭଲରେ ଖେଳୁଥିବା‌ ସେ କହିଥିଲେ, ଯାହାକି ବଡ଼ ଗୁରୁତ୍ବପୂର୍ଣ୍ଣ। ମୁଁ ମଧ୍ୟ ଖୁସି ପ୍ରଥମେ ୨୦/୩୦ ରନ୍ କରୁଥିଲି। ଟି-୨୦ରେ ଏହାର ବହୁ ପ୍ରଭାବ ଥାଏ। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଭାବେ ‌ଖେଳୁଥିବାରୁ ମୁଁ ଅର୍ଧଶତକ ହାସଲ କରିବା ପରେ ଆତ୍ମବିଶ୍ବାସ ପାଇଯାଏ ଏବଂ ଏହାକୁ ଶତକରେ ପରିଣତ କରିବାରେ ଈଶ୍ବରଙ୍କ ଆଶୀର୍ବାଦ ବି ରହିଛି’। ମୁଁ ଯଦି ଶତକ ହାସଲ କରିବା ବିଷୟରେ ଚିନ୍ତା କରିବି ତେବେ ଏହା ମୋ ଉପରେ ‌ବୋଝ ହୋଇଯିବ। ମୋ ଚିନ୍ତାଧାରା ହେଉଛି ପଡିଆକୁ ଯାଇ ନିଜର ଶ୍ରେଷ୍ଠ ସଟ୍‌ ଖେଳିବା। ନିଜ ଶ୍ରେଷ୍ଠ ‌ଦେଲେ ଅବଶିଷ୍ଟ ନିଶ୍ଚିତ ଏହାକୁ ଅନୁସରଣ କରିବ’ ବୋଲି ଧାୱନ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଧାୱନ ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚ୍‌ରୁ ୪୬୫ ରନ୍ କରି କେଏଲ୍‌ ରାହୁଲ (୫୪୦)ଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ