ଦେଶ ବିଦେଶ ସ୍ୱାସ୍ଥ୍ୟ

ଦୀର୍ଘ ଦିନ ପରେ ଖୋଲିଥିଲା ସ୍କୁଲ, ୧୭ କରୋନା ପଜିଟିଭ୍ ଚିହ୍ନଟ ପରେ ସ୍କୁଲ ବନ୍ଦ

ଅମୃତସର ୦୩।୦୨: କରୋନା ସଂକ୍ରମଣ ପାଇଁ ବହୁ ଦିନ ହେଲା ସମସ୍ତ ସ୍କୁଲ , କଲେଜ ସମେତ ଅନେକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତେବେ ସଂକ୍ରମଣ ସଂଖ୍ୟା କମିବା ପରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଦୀର୍ଘ ୮ରୁ ୯ମାସ ପରେ ରାଜ୍ୟରେ ସ୍କୁଲ ଖୋଲିଛି । କିନ୍ତୁ ସ୍କୁଲ ଖୋଲିବା ପରେ ୧୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାପରେ ବାଧ୍ୟ ହୋଇ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପଞ୍ଜାବ ନଓ୍ୱାଶହର ଅନ୍ତର୍ଗତ ସାଲୋହରେ ଥିବା ଏକ ସରକାରୀ ହାଇସ୍କୁଲର ୧୪ଜଣ ଛାତ୍ରଛାତ୍ରୀ ଏବଂ ୩ଜଣ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ସ୍କୁଲରୁ ଏତେ ପରିମାଣର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ସ୍କୁଲର ଅନ୍ୟ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଏବଂ ପରୀକ୍ଷା ପାଇଁ ସ୍ୱାବ ପଠାଯାଇଛି ।

ଖବର ଅନୁଯାୟୀ, ଉକ୍ତ ସ୍କୁଲରେ ମୋଟ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିଥାନ୍ତି । ସୋମବାର ଦିନ ୬୦ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିରୁ ୧୪ଜଣ ଛାତ୍ରଛାତ୍ରୀ ଓ ୩ଜଣ ଶିକ୍ଷକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଛାତ୍ରଛାତ୍ରୀମାନଙ୍କ ପାଠପଢା ଅନ୍‌ଲାଇନ୍‌ ଜରିାରେ ଚାଲିବ ବୋଲି ସ୍କୁଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ