ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଦିନରେ ‘ଆଦିପୁରୁଷ’ ସୁଟିଂ ସେଟ୍‌ରେ ଲାଗିଲା ନିଆଁ, ଜଳିଗଲା ଷ୍ଟୁଡିଓ

ମୁମ୍ବାଇ ୩।୨: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ପ୍ରଭାସଙ୍କର ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ସେଟ୍ ରେ ମଙ୍ଗଳବାର ଦିନ ନିଆଁ ଲାଗିଯାଇଥିଲା । ଗୋରେଗାଓଁ ସ୍ଥିତ ଫିଲ୍ମ ସେଟ୍ ରେ ଯେତେବେଳେ ଅଗ୍ନିକାଣ୍ଡ ଘଟିଥିଲା ସେତେବେଳେ ସେଠାରେ ପାଖାପାଖି ୫୦ରୁ ୬୦ ଜଣ ଉପସ୍ଥିତ ଥିଲେ । ପ୍ରଭାସ ଏବଂ ସୈଫ୍ ଅଲ୍ଲୀ ଖାନ୍ ସୁଟିଂ ବେଳେ ନଥିଲେ ।

‘ଆଦିପୁରୁଷ’ ର ସେଟରେ ଲାଗିଥିବା ନିଆଁର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁକୁ କାବୁ କରିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନାହିଁ ।

ଫିଲ୍ମ ‘ଆଦିପୁରୁଷ’ ର ସେଟ୍ ରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ମୁମ୍ବାଇ ଅଗ୍ନିଶମବାହିନୀର ୮ଟି ଗାଡି, ୫ଟି ଜମ୍ବୋ ଟ୍ୟାଙ୍କର, ଗୋଟିଏ ପାଣି ଟ୍ୟାଙ୍କର ଏବଂ ଜେସିବି ପଠାଯାଇଥିଲା । ନିଆଁକୁ ଆୟତ କରାଯାଇ ସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇଛି । ଏହି ଘଟଣାରେ କେହି ଆହତ ହେବାର ସୂଚନା ମଧ୍ୟ ମିଳିନାହିଁ । ନିଆଁ ଲାଗିବାର କାରଣ ସର୍ଟ ସର୍କିଟ୍ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଅଧିକାରୀଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ଫିଲ୍ମରେ ପ୍ରଭାସଙ୍କୁ ଆଦିପୁରୁଷ ଭୂମିକାରେ ଦେଖିବାକୁ ମିଳିବ । ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ୍ ନଜର ଆସିବେ । ଏହି ଫିଲ୍ମ ହିନ୍ଦୀ ଏବଂ ତେଲୁଗୁରେ ସୁଟିଂ କରାଯିବ। ତାମିଲ, ମାଲାୟାଲମ୍, କନ୍ନଡ଼ ଏବଂ ଅନ୍ୟ ଭାଷାରେ ମଧ୍ୟ ଏହି ଫିଲ୍ମ ରିଲିଜ ହେବ । ଆଦିପୁରୁଷ ୨୦୨୨ରେ ରିଲିଜ୍ ହେବ ବୋଲି ସୂଚନା ମିଳୁଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ