ଖେଳ ଦେଶ ବିଦେଶ

ଇଂଲଣ୍ଡ୍‌ଠୁ ଶୃଙ୍ଖଳା ଜିତିଲେ ଭାରତ ଏକ ନମ୍ବର ଟେ‌ଷ୍ଟ୍‌ ଦଳ ହେବ

ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ଜିତିଲେ ଭାରତ ଆଇସିସି ମାନ୍ୟତାରେ ଏକ ନମ୍ବର ଟେଷ୍ଟ୍‌ ଦଳ ହେବ। ଏବେ ଟେ‌ଷ୍ଟ୍‌ ମା‌ନ୍ୟତାର ଶୀର୍ଷ ଦଳ ଭାବେ ନ୍ୟୁଜିଲାଣ୍ଡ୍‌ ରହିଛି। ଏହାର ରେଟିଂ ପଏଣ୍ଟ୍‌ ୧୧୮ ରହିଛି। ବିରାଟ କୋହଲିଙ୍କ ଭାରତୀୟ ଦଳ ସମାନ ୧୧୮ ପଏଣ୍ଟ୍‌ ସହ ଏହା ପଛକୁ ଦ୍ବିତୀୟରେ ରହିଛି। ଅଷ୍ଟ୍ରେଲିଆ (୧୧୩), ଇଂଲଣ୍ଡ (୧୦୯) ଓ ଦକ୍ଷିଣ ଆଫ୍ରିକା (୯୬) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ଯଦି ଇଂଲଣ୍ଡକୁ ୧ ବ୍ୟବଧାନରେ ପରାସ୍ତ କରେ ତାହାଲେ ବି ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଏକ ନମ୍ବରକୁ ଉଠିଯିବ। ନ୍ୟୁଜିଲାଣ୍ଡ ତା’ର ପରବର୍ତୀ ଟେଷ୍ଟ୍‌ ଶୃଙ୍ଖଳା ଜୁନ୍‌ରେ ଇଂଲଣ୍ଡ ସହ ଖେଳିବ। ତେଣୁ ଏବେ ମାନ୍ୟତାର ଶୀର୍ଷକୁ ଉଠିବାରେ ଭାରତ ପାଇ ବଡ଼ ସୁଯୋଗ ରହିଛି।

ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ କେତେ ବ୍ୟବଧାନରେ ଜିତିଲେ ଭାରତର ରେଟିଂ ପଏଣ୍ଟ୍‌ କେତେ ହୋଇଯିବ ଆସନ୍ତୁ ତା’ ଉପରେ ନଜର ପକାଇବା। ଆକଳନ ଅନୁଯାୟୀ ଯଦି ଭାରତ ୧-୦ରେ ଜିତେ ତାହାଲେ ପଏଣ୍ଟ ସଂଖ୍ୟା ୧୧୯ରେ ପହଞ୍ଚିବ। ୨-୦ରେ ଜିତିଲେ ୧୨୦, ୩-୦ରେ ଜିତିଲେ ୧୨୨ ଏବଂ ୪-୦ରେ ଜିତିଲେ ୧୨୩ ପଏଣ୍ଟ୍‌ରେ ପହଞ୍ଚିଯିବ। ତେବେ ୨-୧ରେ ଶୃଙ୍ଖଳା ଜିତିଲେ ୧୧୯ ଏବଂ ୩-୧ରେ ଜିତିଲେ ୧୨୦ ପଏଣ୍ଟରେ ପହଞ୍ଚିବ। କିନ୍ତୁ ଯଦି ଭାରତ ଗୋଟିଏ ଟେ‌ଷ୍ଟ୍‌ ଅମୀମାଂସିତ ରଖେ କିମ୍ବା ଇଂଲଣ୍ଡଠୁ ୩ ଟେଷ୍ଟ୍‌ ହାରିଯାଏ ତାହାଲେ ଏକ ନମ୍ବର ଦଳ ମାନ୍ୟତା ପାଇବାରୁ ବଞ୍ଚିତ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ