କଳା ଓ ସଂସ୍କୃତି ଧର୍ମ

ଭୁଲ୍‌ରେ ଏହି ଦିଗରେ ରଖନ୍ତୁ ନାହିଁ ସଞ୍ଚିତ ଅର୍ଥ, ନଚେତ୍ ଦେଖାଦେବ ଅର୍ଥାଭାବ

ଭୁବନେଶ୍ବର ୨।୨: ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ଅର୍ଥ ରୋଜଗାର କରିବାକୁ ଚାହିଁଥାନ୍ତି । ଅଧିକ ଅର୍ଥ ଉପାର୍ଜନ କରି ସୁଖ ଶାନ୍ତିରେ ରହିବା ସହିତ ନିଜର ସମସ୍ତ ଆବଶ୍ୟକତା ପୂରଣ କରିବା ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛା ରହିଥାଏ । ଏଥିଲାଗି ମନୁଷ୍ୟ ଦିନ ରାତି ପରିଶ୍ରମ କରିଥାଏ । କିଛି ଲୋକ ଅଧିକ ଅର୍ଥ ପାଇବାର ଇଚ୍ଛାକୁ ପୂରଣ କରିବାରେ ସକ୍ଷମ ମଧ୍ୟ ହୋଇଥାନ୍ତି । କିନ୍ତୁ ଟଙ୍କା ରୋଜଗାର କରିସାରିଲା ପରେ ମଧ୍ୟ ତାହାର ସଞ୍ଚୟ କାହିଁକି ହୋଇପାରେନାହିଁ । ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା କାରଣ…

ବାସ୍ତୁ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘରେ ଟଙ୍କା ଏବଂ ସୁନା ଗହଣା ରଖିବା ସମୟରେ ବାସ୍ତୁ ଦିଗକୁ ଧ୍ୟାନ ଦେବା ଉଚିତ୍ । ଯଦି ଏହାକୁ ରଖିବା ସମୟରେ ଉପଯୁକ୍ତ ଦିଗ ଏବଂ ସ୍ଥାନରେ ରଖା ନଯାଏ, ତେବେ ଅର୍ଥ ବୃଦ୍ଧି ହେବା ବଦଳରେ ଅର୍ଥହାନି ହୋଇଥାଏ । ଘରର ଦକ୍ଷିଣ-ପୂର୍ବ ମଧ୍ୟରେ ଥିବା ଦିଗକୁ ଅଗ୍ନି କୋଣ କୁହାଯାଇଥାଏ । ଯେଉଁଠାରେ ଅର୍ଥ ସଞ୍ଚୟ କରି ରଖିବା ଦ୍ବାରା ଅର୍ଥର ଅଭାବ ଦେଖାଯାଇଥାଏ । କେବଳ ସେତିକି ନୁହେଁ ଏହି ସ୍ଥାନରେ ଅର୍ଥ ରଖିବା ଦ୍ବାରା ବ୍ୟକ୍ତିର ଋଣଭାର ବଢିଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଦକ୍ଷିଣ-ପଶ୍ଚିମ ଦିଗର ମଧ୍ୟ ସ୍ଥାନକୁ ନୈରୁତ୍ୟ କୋଣ କୁହାଯାଇଥାଏ । ଅନେକ ଲୋକ ନିଜ ଘରର ଏହି ଦିଗରେ ନିଜର ସଞ୍ଚିତ ଅର୍ଥ ରଖିଥାନ୍ତି । ଏହାଦ୍ବାରା ଆର୍ଥିକସମସ୍ୟା ଦୂର ହୋଇଥାଏ । କୁହାଯାଏ ଅନେକ ସମୟରେ ଅନୁଚିତ ମାର୍ଗରେ ଉପାର୍ଜନ କରିଥିବା ଅର୍ଥକୁ ଲୋକମାନେ ଏହି ସ୍ଥାନରେ ରଖିଥାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ