ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆସନ୍ତା ୮ ରୁ ଖୋଲିବ ନବମ ଓ ଏକାଦଶ

ଭୁବନେଶ୍ବର୧/୨: ଫେବୃଆରୀ ମାସର କରୋନା ଗାଇଡ୍‌ଲାଇନ୍‌ ଜାରି ପରେ ଆଜି ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଘୋଷଣା କରିଛନ୍ତି। କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ରାଜ୍ୟରେ ପ୍ରଥମ କରି ଦଶମ, ଯୁକ୍ତ ୨ ଦ୍ଵିତୀୟ ବର୍ଷ ଏବଂ ଶେଷ ସେମିଷ୍ଟାର ପାଇଁ ସ୍କୁଲ ଓ କଲେଜ୍ ଖୋଲା ଯାଇଥିଲା। ଏହା ପରେ ସରକାର ପର୍ଯ୍ୟାୟ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ପ୍ରସ୍ତୁତି କରିଛନ୍ତି। ଏହି କ୍ରମରେ ନବମ ଏବଂ ଏକାଦଶ ଶ୍ରେଣୀ ​‌ ଖୋଲିବା ନେଇ ରାଜ୍ୟ ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି।​‌ ଆସନ୍ତା ୮ ତାରିଖରୁ ଖୋଲିବ ନବମ ଏବଂ ଏକାଦଶ। ଏ ନେଇ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏସଓପି ଅନୁଯାୟୀ ଫେବୃଆରୀ ୮ରୁ ଏପ୍ରିଲ ୩୦ ତାରିଖ ଯାଏ କ୍ଲାସ ଚାଲିବ।

ଏହା ପୂର୍ବରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଶ୍ରେଣୀ ଖୋଲି ସାରିଛି। କରୋନା ଗାଇଡ୍‌ଲାଇନ୍ ଅନୁଯାୟୀ ପାଠପଢା ଜାରି ରହିବ। ଉଲ୍ଲେଖଯୋଗ୍ୟ, ଫେବୃଆରୀ କରୋନା ଗାଇଡ୍‌ଲାଇନ୍‌ରେ କେନ୍ଦ୍ର ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁମତି ଦେଇଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି