ଖେଳ ଦେଶ ବିଦେଶ

କ୍ରୀଡା ବଜେଟରେ କାଟ୍‌ଛାଟ୍, ଗତ ଥର ଅପେକ୍ଷା କମିଲା ୨୩୦ କୋଟି ଟଙ୍କା

ନୂଆଦିଲ୍ଲୀ, ୦୨/୦୨: ସୋମବାର ସଂସଦରେ ୨୦୨୧-୨୨ ବର୍ଷର ବାର୍ଷିକ ବଜେଟ ଉପସ୍ଥାପନ କରିଥିଲେ ନିର୍ମଳା ସୀତାରମଣ । କରୋନା ମହାମାରୀରୁ ଭାରତୀୟ ଅର୍ଥନୀତି ଧୀରେ ଧୀରେ ଅଣ୍ଟା ସଳଖି ଛିଡ଼ା ହେବାକୁ ବଜେଟରେ ଅନେକ ଚେଷ୍ଟା କରାଯାଇଛି ।

ବଜେଟରେ କେନ୍ଦ୍ର ସରକାର ସବୁ ଦିଗକୁ ସନ୍ତୁଳିତ କରିବାର ପ୍ରୟାସ କରି କିଛି କାଟଛାଟ୍‌ କରିଛନ୍ତି । ତେଣୁ କ୍ରୀଡ଼ା ବାବଦକୁ ଯେତିକି ଅର୍ଥ ଗତ ବଜେଟରେ ମିଳିଥିଲା, ସେଥିରେ ହ୍ରାସ କରାଯାଇଛି । ଚଳିତ ବର୍ଷ ମୋଟ୍‌ ୨୫୯୬.୧୪ କୋଟି ଟଙ୍କା କ୍ରୀଡ଼ା ପାଇଁ ବ୍ୟୟ ବରାଦ ହେବା ନେଇ ଘୋଷଣା କରାଯାଇଛି । ଯାହା ଗତ ବଜେଟରେ ୨୮୨୬.୯୬ କୋଟି ଟଙ୍କା ଥିଲା । ତେଣୁ ଏଥର ପୂର୍ବାପେକ୍ଷା ୨୩୦.୭୮ କୋଟି ଟଙ୍କା କମିଥିବା ଜଣାପଡିଛି ।

ସୂଚନାନୁସାରେ, ୨୦୨୦-୨୧ ବଜେଟରେ ପ୍ରଥମେ ୨୮୨୬.୯୬ କୋଟି ଟଙ୍କା କ୍ରୀଡ଼ା ପାଇଁ ଘୋଷଣା ହୋଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ସମସ୍ତ ଇଭେଣ୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ରହିବାରୁ କେନ୍ଦ୍ର ସରକାର ଏହି ବଜେଟକୁ ସଂଶୋଧନ କରି ୧୮୦୦.୧୫ କୋଟି ଟଙ୍କା କରିଥିଲେ । ଏହିତୁଳନାରେ ଚଳିତ ବର୍ଷ ପୂର୍ବାପେକ୍ଷା ୭୯୫.୯୯ କୋଟି ଟଙ୍କା ବୃଦ୍ଧି କରାଯାଇଛି ବୋଲି କୁହାଯାଉଛି ।

ଗତ ବଜେଟରେ ଖେଲୋ ଇଣ୍ଡିଆ ଯୋଜନା ପାଇଁ ୮୯୦.୪୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏଥର ଏହାକୁ ହ୍ରାସ କରାଯାଇଛି ୬୫୭.୭୧ କୋଟି ଟଙ୍କା କରାଯାଇଛି । ଭାରତୀୟ କ୍ରୀଡ଼ା ପାଧିକରଣ (ସାଇ) ପାଇଁ ଗତ ବର୍ଷ ୫୦୦ କୋଟି ଟଙ୍କା ଥିଲା । ଚଳିତ ବର୍ଷ କିନ୍ତୁ ଏହାକୁ ୬୬୦.୪୧ କୋଟି ଟଙ୍କାକୁ ବୃଦ୍ଧି କରି ଦିଆଯାଇଛି । ଜାତୀୟ କ୍ରୀଡ଼ା ଫେଡେରେସନ୍‌ ୨୮୦ କୋଟି ଟଙ୍କା ବଜେଟରେ ଆବଣ୍ଟନ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ