ଖେଳ ଦେଶ ବିଦେଶ

ବିରାଟ-ଅନୁଷ୍କା ସୋସିଆଲ ମିଡ଼ିଆରେ ସେୟାର କଲେ ଝିଅର ପ୍ରଥମ ଫଟୋ, ନାଁ ରଖିଛନ୍ତି…

ମୁମ୍ବାଇ ୦୧/୦୨ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଝିଅର ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ କୋଳରେ ଧରି ଦେଖୁଥିବା ନଜର ଆସିଛନ୍ତି। ଫଟୋ ସେୟାର କରି ଅନୁଷ୍କା ଝିଅର ନାଁ ମଧ୍ୟ ରଖିଛନ୍ତି। ବିରାଟ ଅନୁଷ୍କା ଝିଅର ନାଁ ରଖିଛନ୍ତି ବମିକା। ଫଟୋ ସେୟାର କରୁ କରୁ ମାତ୍ର ୫ ମିନିଟରେ ଲକ୍ଷେରୁ ଅଧିକ ଲାଇକ ମିଳିଛି। ଏଥିରୁ ଅନ୍ଦାଜା ଲାଗିହେବା ଯେ ପ୍ରଶଂସକ କିଭଳି ତାଙ୍କ ଝିଅର ଫଟୋ ଦେଖିବାକୁ ଅପେକ୍ଷା କରି ବସିଥିଲେ।

ଏହି ପ୍ରଥମ ଫଟୋ ବହୁତ ଖାସ। ବିରାଟ ଓ ଅନୁଷ୍କା ଝିଅକୁ ଧରି ହସୁଥିବା ନଜର ଆସିଛନ୍ତି। ସ୍ୱାମୀସ୍ତ୍ରୀ ଗର୍ବର ସହ ଝିଅକୁ ଚାହୁଁଛନ୍ତି। ପ୍ରଶଂସକ ବିରାଟ ଅନୁଷ୍କାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଜାନୁଆରୀ ୧୧ ତାରିଖରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ବିରାଟ ନିଜେ ସୋସିଆଲ ମିଡ଼ିଆରେ ଖୁସି ଖବର ଜଣାଇଥିଲେ। ବିରାଟ ଲେଖିଥିଲେ, “ଆଜି ଅପରାହ୍ନରେ ଆମର ଝିଅ ହେଇଛି, ଏ ଖୁସି ଖବର ସେୟାର କରି ଆମକୁ ବହୁତ ଖୁସି ଅନୁଭୂତ ହେଉଛି। ଆପଣମାନଙ୍କ ସ୍ନେହ ଓ ଶୁଭକାମନା ପାଇଁ ହୃଦୟରୁ ଧନ୍ୟବାଦ। ଅନୁଷ୍କା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି।”

ଝିଅ ଜନ୍ମ ପରେ ବିରାଟ ଓ ଅନୁଷ୍କା ସମସ୍ତ ଫଟୋଗ୍ରାଫରଙ୍କୁ ଫଟୋ ନ ଉଠେଇବାକୁ ଅପିଲ କରିଥିଲେ। ସୋସିଆଲ ମିଡ଼ିଆରେ ସେ ଲେଖିଥିଲେ, “ଆପଣମାନେ ଆମ ପ୍ରାଇଭେସିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ।”

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ