ଦେଶ ବିଦେଶ ମନୋରଞ୍ଜନ

କପିଲ ଶର୍ମାଙ୍କ ଘରେ ‘ଗୁଡ୍‌ ନ୍ୟୁଜ୍’‌, ପୁତ୍ର ସନ୍ତାନର ପିତା ହେଲେ କମେଡି କିଙ୍ଗ୍‌

ମୁମ୍ବାଇ ୦୧।୦୨: କପିଲ ଶର୍ମାଙ୍କ ଘରେ ଗୁଡ୍‌ ନ୍ୟୁଜ୍‌ । ଆଉ ଏକ ଶିଶୁର ଜନକ ହେଲେ କମେଡି କିଙ୍ଗ୍‌ କପିଲ ଶର୍ମା । ପତ୍ନୀ ଗିନ୍ନି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । କପିଲ ଶର୍ମା ୨ୟ ସନ୍ତାନର ବାପା ହୋଇଛନ୍ତି । ସୋସିଆଲ୍‌ ମିଡିଆରେ ଫ୍ୟାନ୍‌ସମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି ।

କମେଡି କିଙ୍ଗ୍‌ କପିଲ ଶର୍ମା ପୁଣି ଥରେ ବାପା ହୋଇଛନ୍ତି । ଫେବୃଆରୀ ୧ ତାରିଖ ମାନେ ଆଜି କପିଲ ଶର୍ମାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । କପିଲଙ୍କ ପତ୍ନୀ ଗିନ୍ନି ଏହି ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ଯାହାର ଖବର ସୋସିଆଲ୍‌ ମିଡିଆରେ କପିଲ ଶର୍ମା ସେୟାର କରିଛନ୍ତି । ଏହା ସହିତ ଫାନ୍ସମାନଙ୍କ ପାଇଁ ‘ଗୁଡ ନ୍ୟୁଜ୍‌’ ଲେଖି ସେୟାର କରିଛନ୍ତି କମେଡି କିଙ୍ଗ୍ । ସୋସିଆଲ୍‌ ମିଡିଆରେ କପିଲ ଶର୍ମାଙ୍କ ଟ୍ୱିଟ୍‌ ଖୁବ୍‌ଜୋରରେ ଭାଇରଲ ହେବାର ଲାଗିଛି । ଏହାସହିତ ମାଆ ଓ ପୁଅ ଉଭୟେ ସୁସ୍ଥ ଥିବା କପିଲ ଶର୍ମା ଟ୍ୱିଟ୍‌ କରି ଜଣାଇଛନ୍ତି ।

କପିଲ ଶର୍ମା ସକାଳ ୫ଟା ୩୦ମିନିଟରେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ନମସ୍କାର, ଆଜି ସକାଳ ଆମକୁ ଭଗବାନଙ୍କ ଆର୍ଶାବାଦ ପ୍ରାପ୍ତ ହୋଇଛି । ଯାହାର ଫଳସ୍ୱରୁପ ଏକ ପୁତ୍ର ସନ୍ତାନ ଜ୍ନ ହୋଇଛି । ଭଗବାନଙ୍କ କୃପାରୁ ଉଭୟ ମାଆ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଅଛନ୍ତି । ଫ୍ୟାନ୍‌ସ ଭଲପାଇବା ଓ ଆର୍ଶୀବାଦ ପାଇଁ ଧନ୍ୟବାଦ ।

ଏହାପୂର୍ବରୁ କପିଲ ଶର୍ମାଙ୍କ ଏକ କନ୍ୟା ସନ୍ତାନ ରହିଛି । ୨୦୧୮ରେ ଗିନ୍ନି ଓ କପିଲ ଶର୍ମା ବିବାହ କରିଥିଲେ । ପ୍ରଥମେ କନ୍ୟା ସନ୍ତାନ ଆଉ ଏବେ ପୁତ୍ର ସନ୍ତାନ ଜନ୍ମ ନେଇ ଫ୍ୟାନ୍ସମାନେ ସୋସିଆଲ୍‌ ମିଡିଆରେ ଶୁଭକାମନା ବାର୍ତ୍ତା ଦେଉଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ