ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବାସି ଖାଦ୍ୟକୁ ପୁଣି ଗରମ କରି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ: ଏହିସବୁ ଜିନିଷ ଭୁଲରେ ଗରମ କରି ଖାଆନ୍ତୁ ନାହିଁ

ଭୁବନେଶ୍ୱର ୦୧/୦୨ : ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଲୋକଙ୍କ ଖାଇବା ପିଇବା ଅଭ୍ୟାସ ବହୁତ ବଦଳି ଯାଇଛି। ସେଥିପାଇଁ ଲୋକେ ଏକାଥରେ ଅଧିକ ରୋଷେଇ କରିଦେଇ ତାକୁ ଦୁଇ ତିନି ଥର ଗରମ କରି ଖାଉଛନ୍ତି। ଲୋକେ ଭାବନ୍ତି ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖରାପ ହୁଏନାହିଁ। କିନ୍ତୁ ଖାଦ୍ୟ ଖରାପ ନ ହେଲେ ବି ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସେଥିପାଇଁ କୌଣସି ବି ଜିନିଷ ବାସି ଖାଇବା ଉଚିତ ନୁହେଁ। କିନ୍ତୁ କିଛି ଜିନିଷ ଭୁଲରେ ବି ବାସି ଖାଇବା ଉଚିତ ନୁହେଁ। ଏହିଭଳି ଜିନିଷ ବାସି ଖାଇଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ତାଛଡା ଝାଡା, ବାନ୍ତି, ପେଟରେ ଯନ୍ତ୍ରଣା ଆଦି ମଧ୍ୟ ହୋଇଥାଏ। କେଉଁ କେଉଁ ଜିନିଷ ବାସି ଖାଇବା ଉଚିତ ନୁହେଁ ଜାଣନ୍ତୁ :


୧. ଆଳୁ – ଆଳୁରେ ତିଆରି କୌଣସି ବ୍ୟଞ୍ଜନ କେବେ ବି ବାସି ଖାଇବା ଉଚିତ ନୁହେଁ। ଏପରିକି ତାକୁ ପୁଣି ଗରମ କରି ବି ଖାଇବା କଥା ନୁହେଁ। ଆଳୁକୁ ବାସି ଖାଇଲେ କିମ୍ବା ପୁଣି ଗରମ କରି ଖାଇଲେ ତାର ପୋଷାକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଏହା ଶରୀରର ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ।

୨. ଅଣ୍ଡା – ଅଣ୍ଡାକୁ ବି ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ। ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ତାକୁ ପୁଣି ଗରମ କଲେ ତାହା ବିଷାକ୍ତ ହୋଇଯାଇଥାଏ। ଯାହାଫଳରେ ତାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ବିଗିଡ଼ିବାର ପୁରା ସମ୍ଭାବନା ଥାଏ।

୩. ବିଟ୍ ରୁଟ୍ – ସ୍ୱାସ୍ଥ୍ୟ ପାଇଁ ଉପାଦେୟ ବିଟ୍ ରୁଟ୍ ବି କେବେ ବାସି ଖାଇବା ଉଚିତ ନୁହେଁ। ଏଥିରେ ପ୍ରଚୁର ମାତ୍ରାରେ ନାଇଟ୍ରେଟ୍ ରହିଛି। ସେଥିପାଇଁ ତାକୁ ପୁଣି ଗରମ କଲେ ନାଇଟ୍ରେଟ ସମାପ୍ତ ହୋଇଯାଇଥାଏ।

୪. ଚିକେନ୍ – ଚିକେନ୍ ବି କେବେ ବାସି କିମ୍ବା ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ। ବାସି ଚିକେନ୍ ଖାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ଚିକେନକୁ ଗରମ କରିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍ କମ୍ପୋଜିସନ୍ ବଦଳି ଯାଇଥାଏ।


୫. ପାଳଙ୍ଗ ଶାଗ – ପାଳଙ୍ଗ ଶାଗ ବି କେବେ ବାସି କିମ୍ବା ପୁଣି ଗରମ କରି ଖାଇବା ଉଚିତ ନୁହେଁ। ପୁଣିଥରେ ଗରମ କରିବା ଦ୍ୱାରା ଏଥିରେ ଥିବା ନାଇଟ୍ରେଟ୍ ଏମିତି ତତ୍ତ୍ୱରେ ବଦଳି ଯାଇଥାଏ ଯାହାଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ବଢି ଯାଇଥାଏ।

(ବି ଦ୍ର :ଉପରେ ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ