ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆମେରିକାରେ ରେମଡେସିଭିରକୁ ମିଳିଲା ମଞ୍ଜୁରୀ

ଓ୍ବାଶିଂଟନ୍ ୨୪/୧୦: ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ରସନ (ଏଫଡିଏ) କରୋନା ଭାଇରସ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଡ୍ରଗ ରେମଡେସିଭିରକୁ ପୂରାପୂରି ମଞ୍ଜୁରୀ ପ୍ରଦାନ କରିଛି। ପ୍ରଥମେ ଏହି ଔଷଧକୁ କେବଳ କୋଭିଡ-୧୯ରେ ପୀଡ଼ିତ ଗମ୍ଭୀର ରୋଗୀଙ୍କ ଇମରଜେନ୍ସି ବ୍ୟବହାର ପାଇଁ ଅନୁମତି ମିଳିଥିଲା। ମାତ୍ର ଏବେ ହସପିଟାଲରେ ଭର୍ତି ସମସ୍ତ ସଂକ୍ରମିତ ରୋଗୀଙ୍କୁ ଦେବା ପାଇଁ ମଞ୍ଜୁରୀ ମିଳିଛି। ଏହି ଔଷଧ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଦିଆଯାଇଥିଲା। କାରଣ ସେତେବେଳେ ସେ କରୋନାରେ ଚିକିତ୍ସିତ ହେଉଥିଲେ।

ଆମେରିକା ଏଫଡିଏ ଦ୍ବାରା ମିଳିଥିବା ମଞ୍ଜୁରୀ ଏଥିପାଇଁ ଗୁରୁତ୍ବପୂଣ୍ଣ କାରଣ ପାଞ୍ଚ ଦିନ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଔଷଧ ଉପରେ ପ୍ରଶ୍ନ ଉଠାଇ ଥିଲା। ବିଣ୍ବ ସ୍ବାସ୍ଥ୍ୟ ସଂଗଠନର ସଲିଡରିଟି ଟ୍ରାଏଲର ଉଦ୍ଦେଶ୍ୟ ଥିଲା ଯେ ଚାରିଟି ଔଷଧ କରୋନା ଭାଇରସ ଉପଚାର ଦିଗରେ କେତେ ପ୍ରଭାବି। ପରୀକ୍ଷଣରୁ ଜଣାପଡ଼ିଲା ଟ୍ରାଏଲ ସମୟରେ ବ୍ୟବହୃତ ହୋଥିବା ରେମଡେସିଭିର, ହାଇଡ୍ରୋକ୍ସିକ୍ଲୋରୋକ୍ବିନ, ଲୋପିନାଭିର/ରେଟାନିଭର ଓ ଇଣ୍ଟରଫେରାନର କୋଭିଡ ରୋଗୀଙ୍କ ଉପରେ କମ୍ ପ୍ରଭାବ ଓ ବିଲକୁଲ ପ୍ରଭାବି ନ ଥିଲା।

ନାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଷ୍ଟଡିରେ ଦେଖାଯାଇଛି ଯେ ଏହା କରୋନା ରୋଗୀଙ୍କ ହସପିଟାଲରେ ରହିବା ସମୟକୁ କମ୍ କରୁଛି। ଏଫଡିଏ କହିଛି ୧୨ ବର୍ଷରୁ ଅଧିକ ବୟସ୍କ କେରାନା ରୋଗୀ ହସପିଟାଲରେ ଚିକିତ୍ସିତ ହେଉ ଥିଲେ ରେମଡେସିଭିରକୁ ବ୍ୟବହାର କରାଯାଇପାରିବ।

Gilead sciences ଇବୋଲା ଚିକିତ୍ସାରେ ଏହାକୁ ବିକଶିତ କରିଥିଲା। ଏବେ କିନ୍ତୁ କରୋନା କ୍ଷେତ୍ରରେ ପ୍ରଭାବି ହେବାରୁ ଏହାକୁ ବ୍ୟବହାର କରାଯାଉଛି। ମେ ମାସରେ ଦୁଇଟି ଅଧ୍ୟୟନରେ ଦେଖାଯାଇଥିଲା ଯେ ରେମଡେସିଭିରରୁ ହସପିଟାଲରେ ରୋଗୀଙ୍କ ରହିବା ସମୟ କମ ହୋଇଯାଏ । ଏହା ପରେ ଏଫଡିଏ ଇମରେଜନ୍ସି ଡ୍ରଗରେ ବ୍ୟବହାର କରିବା ଅନୁମତି ଦେଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ