ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭରତପୁର ନାବାଳକ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ଭାଇକୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଗିରଫ

ଭୁବନେଶ୍ବର: ଭରତପୁର ନାବାଳକ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ଅଭିଯୁକ୍ତର ଭାଇକୁ ୨୦ ଜଣ ଯୁବକ ଆସି ହକି ଷ୍ଟିକ୍‌ ଓ ବ୍ୟାଟ୍‌ରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥବା ବେଳେ ଜଣେ ଅଭିଯୁକ୍ତ କରୁଣା ଦାସକୁ ଭରତପୁର ଥାନା ପୁଲିସ ଗିରଫ କରିଛି। ଆହତ ଯୁବକ ହେଉଛି ନାବାଳକ ହତ୍ୟା ମାମଲାରେ ଜେଲ୍‌ରେ ଥିବା ରିଙ୍କୁ ମହାରଣାର ସାନ ଭାଇ ରବି। ନାବାଳକ ହତ୍ୟାର ପ୍ରତିଶୋଧ ନେବାପାଇଁ ଏହି ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଉଭୟ ଗୋଷ୍ଠୀ ଛକାପଞ୍ଝା ହେଉଛନ୍ତି। ଏଣୁ ସେଠାରେ ପୁଲିସ ଡେରା ପକାଇଛି। ମୃତ ନାବାଳକ ଗୋଷ୍ଠୀ ହତ୍ୟାକାରୀର ପରିବାରବର୍ଗଙ୍କୁ ଛକିଥିଲେ। ଗତ ୨୬ ତାରିଖ ସନ୍ଧ୍ୟାରେ ହତ୍ୟା ଅଭିଯୁକ୍ତ ରିଙ୍କୁର ଭାଇ ରବି ମାର୍କେଟରୁ ଘରକୁ ଫେରୁଥିବା ବେଳେ କରୁଣା ଓ ତା’ର ୨୦ରୁ ଉର୍ଦ୍ଧ ସହଯୋଗୀ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଭରତପୁର ଥାନା ପୁଲିସ ରବିକୁ ଉଦ୍ଧାର କରିଥିଲା।

ପରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ କରୁଣା ଦାସକୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଭରତପୁରରେ ୨ କ୍ଲବ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦକୁ କେନ୍ଦ୍ର କରି ଗତ ସେପ୍ଟେମ୍ବର ୨୦ ତାରିଖରେ ନାବାଳକକୁ ଏହି ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। କିଛି ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରିଙ୍କୁ ମହାରଣା ସମେତ ୩ ଜଣଙ୍କୁ ଗିରଫ କରିଥିଲା। ଅଭିୁକ୍ତମାନେ ଜେଲରେ ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ