ଦେଶ ବିଦେଶ ମନୋରଞ୍ଜନ

କ୍ୟାଟ୍ରିନାଙ୍କ ସହ ତୁଳନାକୁ ନେଇ କାହିଁକି ଏମିତି କହିଲେ ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନ୍‌…

ମୁମ୍ୱାଇ, ୩୧/୧: ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କୁ ନେଇ କିଛିଦିନ ହେବ ତୁଳନା କରାଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଜରୀନ ନିଜ ବିଷୟରେ ଖୁଲାସା କରିଛନ୍ତି । କ୍ୟାଟ୍ରିନାଙ୍କ ସହିତ ତାଙ୍କର ତୁଳନା କୌଣସି ଭି କ୍ଷେତ୍ରରେ ତାଙ୍କ କ୍ୟାରିୟର ପ୍ରତି ଫାଇଦା ହେବ ନାହିଁ ବୋଲି ସେ କହିଛନ୍ତି । ବରଂ ଏହା ତାଙ୍କ କ୍ୟାରିୟରକୁ ବର୍ବାଦ କରିବାରେ ସହାୟକ ହେବ । କାରଣ କୌଣସି ନିର୍ଦ୍ଦେଶକ ଡୁପ୍ଲିକେଟ୍‌ଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି ।

ଜରୀନ ପ୍ରଥମେ ସଲ୍‌ମାନ ଖାନ୍‌ଙ୍କ ସହିତ ବୀର ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ । ୧୧ ବର୍ଷର ଲମ୍ୱା ଫିଲ୍ମ କ୍ୟାରିୟର ମଧ୍ୟରେ ସେ ହାଉସ୍‌ଫୁଲ-୨, ହେଟ୍‌ ଷ୍ଟୋରୀ-୩, ଅକ୍ସର-୨, ୧୯୨୧ ଭଳି ଫିଲ୍ମରେ କାମ କରିଛନ୍ତି । ଏହାଛଡ଼ା ସେ ବିଭିନ୍ନ ହିଟ୍ ଗୀତରେ ମଧ୍ୟ ଡ୍ୟାନ୍ସ କରିଛନ୍ତି । ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସାକ୍ଷାତ କାର ସମୟରେ କ୍ୟାଟ୍ରିନାଙ୍କ ସହ ତାଙ୍କର କିଛି କାମ ଏବଂ ଚେହେରା ମିଶୁଥିବା ପ୍ରଶ୍ନ କରାଯାଇଥିଲା । ଏହାକୁ ନେଇ ସେ କହିଥିଲେ ଯେ, ଲୋକମାନେ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିବାକୁ ଶିଳ୍ପକୁ ଆସନ୍ତି, କାହାର ଚେହେରା କିମ୍ବା ଲୁକ୍ସ୍‌କୁ କପି କରିବା ପାଇଁ ନୁହେଁ । ମୁଁ ୧୧ ବର୍ଷ ଧରି ବଲିଉଡ୍‌ରେ ନିଜ ପାଇଁ ପରିଚୟ ସୃଷ୍ଟି କରିବା ଲାଗି ସଙ୍ଘର୍ଷ କରିଆସୁଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକମାନେ ମତେ କ୍ୟାଟ୍ରିନାଙ୍କ ଲୁକ୍ସ ଲାଇକ୍‌ ରୂପେ ଟ୍ୟାଗ୍‌ କରୁଛନ୍ତି । କୌଣସି ଫିଲ୍ମ ନିର୍ମାତା ଲୁକ୍ ଲେସ୍‌ ବା ଡୁପ୍ଲିକେଟ୍‌ ସହ କାମ କରିବା ପାଇଁ ଚାହାନ୍ତି ନାହିଁ ବୋଲି ଜରୀନ କହିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ