ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ୩ ଲକ୍ଷଣରୁ ଜାଣନ୍ତୁ ଆପଣ କରୋନା ଆକ୍ରାନ୍ତ କି ନୁହେଁ

କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ ସଞ୍ଚରି ଯାଇଛି। ଭାରତରେ ୩୦ ଜାନୁୟାରୀ ୨୦୧୯ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେବେଠାରୁ ଦେଶରେ ସଂକ୍ରମଣ ଜାରି ରହିଛି। କରୋନା ମୁକାବିଲା ଲାଗି ଦେଶରେ ଟିକାକରଣ ଆରମ୍ଭ ହୋଇଗଲାଣି। ସଂକ୍ରମଣ ହାର ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଥିରେ ବ୍ରିଟେନରେ ବ୍ୟାପୁଥିବା କରୋନା ନୂଆ ଭୂତାଣୁ ଏବେ ଚିନ୍ତାର କାରଣ ପାଲଟିଛି।

ଦେଶକୁ କରୋନା ଆସିବାର ଗୋଟିଏ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଏହାର ନିର୍ଦ୍ଧିଷ୍ଟ ଲକ୍ଷଣ ଏପର୍ଯ୍ୟନ୍ତ ଜଣାପଡୁ ନାହିଁ। ଏଥିରେ ଭୂତାଣୁର ନୂଆ ପ୍ରକାର ତ୍ୱରିତ ସଂକ୍ରମଣ କରୁଥିବାରୁ ଲୋକେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି। ତେବେ କରୋନାର କେତେକ ବିଶେଷ ଲକ୍ଷଣକୁ ଅନୁଧ୍ୟାନ କରିପାରିଲେ ଆପଣ ଜାଣିପାରିବେ ସଂକ୍ରମିତ ହୋଇଛନ୍ତି କି ନା ।


କୋଭିଡ-୧୯ ସଂକ୍ରମିତ ହେଲେ ଏହାକ କିଛି ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବ। ଏଥିରେ ଜିଭରେ ଫୋଟକା ବାହାରିବା ଓ ଧଳାଧଳା ଚିହ୍ନ ହେବା ପ୍ରଥମ। ଏହା ଦ୍ୱାରା ଖାଦ୍ୟର ସ୍ୱାଦ ପାଇପାରିବେ ନାହିଁ। ସାମାନ୍ୟ ସର୍ଦ୍ଦି ଭଳି ଅନୁଭବ ହେବା ନାକରୁ କଞ୍ଚାପାଣି ବହିବା ବା ନାକ ରୁଦ୍ଧ ହେବା ମଧ୍ୟ ସାଧାରଣ ଲକ୍ଷଣ। ତଳିପାଦ କୁଣ୍ଡେଇ ହେବା ଓ ଲାଲ ପଡିଯିବା ମଧ୍ୟ କୋଭିଡ ଲକ୍ଷଣ ହୋଇପାରେ। ଏଣୁ ପରୀକ୍ଷଣ କରାଇ ନେଲେ ସଂକ୍ରମଣ ବ୍ୟାପିବା ରୋକିପାରିବେ।

କୋଭିଡରେ ସାମାନ୍ୟ ଜ୍ୱର, ସୁଖିଲା କାଶ, ଗଳା କୁଣ୍ଡେଇ ହେବା, ଛାତିରେ ଦରଜ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା କରୋନାର ଲକ୍ଷଣ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍ଷଣ ଜାଣି ପରୀକ୍ଷଣ କରିନେଲେ ନିଜକୁ ଅନ୍ୟମାନଙ୍କଟାରୁ ଦୂରେଇ ରଖି ପାରିବେ।


କରୋନାରୁ ବର୍ତ୍ତିବା ଲାଗି ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ। ମୁହଁରେ ମାସ୍କ ସର୍ବଦା ବ୍ୟବହାର କରନ୍ତୁ। ପରସ୍ପର ଦୂରତା ଅନୁନ୍ୟ ୬ ଫୁଟ ରଖନ୍ତୁ। ସର୍ବସାଧାରଣ ବସ୍‌ ବଦଳେ ନିଜ ବାହନରେ ଏକାକୀ ଯାତ୍ରା କରନ୍ତୁ। କାହା ସହ ହାତ ମିଳାନ୍ତୁ ନାହିଁ। ଦୂରରୁ ଅଭିବାଦନ କରନ୍ତୁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ