ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

ସୁସ୍ଥ ହେଉଛନ୍ତି ସୌରଭ ଗାଙ୍ଗୁଲି : ହାର୍ଟ୍ ଏନଜିଓପ୍ଲାଷ୍ଟି ପରେ ପ୍ରାଇଭେଟ୍ ଓ୍ବାଡ୍‌କୁ ସ୍ଥାନାନ୍ତର ହେଲେ ଦାଦା

କୋଲକାତା ୩୦/୦୧ : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ଧିରେ ଧିରେ ସୁଧୁରୁଛି । ବର୍ତ୍ତମାନ ତାଙ୍କୁ ହସ୍ପିଟାଲର ପ୍ରାଇଭେଟ୍‌ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦିନେ ପୂର୍ବରୁ ତାଙ୍କର ପୁଣିଥରେ ଏନ୍‌ଜିଓପ୍ଲାଷ୍ଟି ହୋଇଥିଲା । ହାର୍ଟରେ ବ୍ଳକେଜ୍‌ ଥିବାରୁ ତାଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ତେବେ ଗାଙ୍ଗୁଲିଙ୍କୁ ଦ୍ବିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମର ବରିଷ୍ଠ ଅଧିକାରୀ କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଗୁରୁବାର ରାତିରେ ତାଙ୍କୁ ଭଲ ନିଦ ହୋଇଥିଲା । ତାଙ୍କର ବର୍ତ୍ତମାନ କୌଣସି ଅସୁବିଧା ନାହିଁ । ଗାଙ୍ଗୁଲିଙ୍କୁ ସିସିୟୁରୁ ପ୍ରାଇଭେଟ୍‌ ଓ୍ବାଡ୍‌କୁ ସ୍ଥାନାନ୍ତର କରାଯାଇ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟି, ଡାକ୍ତର ଅଶ୍ବିନ ମେହେଟ୍ଟାଙ୍କ ସମେତ ଡାକ୍ତରଙ୍କ ଏକ ଟିମ୍‌ ଗୁରୁବାର ଗାଙ୍ଗୁଲିଙ୍କର ହାର୍ଟ ଏନଜିଓପ୍ଲାଷ୍ଟି କରିଥିଲେ । ଏହା ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଗତ ବୁଧବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ପୂର୍ବରୁ ମଧ୍ୟ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସଫଳତାର ସହ ତାଙ୍କର ଏନଜିଓପ୍ଲାଷ୍ଟି କରାଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ଥିଲେ । ତେବେ ଗତ ବୁଧବାର ପୁଣି ଥରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲ ଯିବାକୁ ପଡିଥିଲା । ସେଠାରେ ପୁଣି ଥରେ ତାଙ୍କର ଏନଜିଓପ୍ଲାଷ୍ଟି କରାଯାଇଥିଲା । ଏବେ ଗାଙ୍ଗୁଲି ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ