କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ

୩୦୦ କୋଟିର ପ୍ରୋଜେକ୍ଟ ‘ରାମାୟଣ’

ପୌରାଣିକ କଥାବସ୍ତୁ ‘ରାମାୟଣ’ ଚଳଚ୍ଚିତ୍ରର ରୂପ ନେବ। ପୂର୍ବରୁ ଅନେକଥର ପରଦାକୁ ଆସି ସାରିଥିବା ‘ରାମାୟଣ’ ଚଳିତଥର କିନ୍ତୁ ଭିନ୍ନ ସ୍ବାଦରେ ଆସିବାକୁ ଯାଉଛି। ଚଳଚ୍ଚିତ୍ର ନିର୍ମାତା ମାଧୁ ମାଣ୍ଟେନା ଏହାକୁ ୩-ଡିରେ ତିଆରି କରୁଥିବା ବେଳେ ଆହୁରି ବିସ୍ତାର ରୂପରେ ଅଧିକ ଟଙ୍କା ବ୍ୟୟ କରି ଆଣିବାକୁ ଚାହୁଛନ୍ତି। ସୂଚନା ମୁତାବକ, ମାଣ୍ଟେନାଙ୍କର ଏହା ସ୍ବପ୍ନର ଚଳଚ୍ଚିତ୍ର ହୋଇଥିବାରୁ ସେ ଏହି ଚଳଚ୍ଚିତ୍ରକୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ପ୍ରାୟ ୩୦୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ହ୍ରିତିକ୍ ରୋସନ୍ ଓ ଦୀପିକା ପାଦୁକୋନ୍ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ‘ଦଙ୍ଗଲ୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ନୀତେଶ ତିଵାରି ଏହାର ନିର୍ଦ୍ଦେଶନା ଭାର ତୁଲାଇବେ। ଖୁବ୍‌ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ମାଣ୍ଟେନା କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ