ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଅଧିକାଂଶ ସମୟ ଆଙ୍ଗୁଠି ଫୁଟାଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ! ନଚେତ୍ ଭୋଗିପାରନ୍ତି ଏସବୁ ସମସ୍ୟା

ଭୁବନେଶ୍ବର ୨୮।୧: ଜଣେ ଲୋକ କେବେ ବି ଅଧିକ ସମୟ ଖାଲିରେ ବସିପାରେ ନାହିଁ । ଖାଲି ସମୟରେ କିଛି ନା କିଛି କାମ କରିଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ଅଛି । ସେମାନେ ଯେତେବେଳେ ଖାଲିରେ ବସିଥାନ୍ତି ତାଙ୍କର ଆଙ୍ଗୁଠି ଫୁଟାଇବା ଆରମ୍ଭ କରିଦେଇଥାନ୍ତି । ଏମିତି ଅନେକ ଲୋକଙ୍କର ଏପରି ଖରାପ ଅଭ୍ୟାସ ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ବିଶ୍ବର ୯୮ ପ୍ରତିଶତ ଲୋକମାନଙ୍କର ଏହି ଅଭ୍ୟାସ ରହିଛି । ଏହାଦ୍ବାରା ଆରାମ ମିଳିଥାଏ ସତ କିନ୍ତୁ ଏପରି କରିବା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଆଣିପାରେ ।

ଆଙ୍ଗୁଠି ଫୁଟାଇବ ଦ୍ବାରା କାହିଁକି ହୋଇଥାଏ ଶବ୍ଦ ?

ଅନେକ ଲୋକଙ୍କୁ ଏହା ଲାଗିଥାଏ ଆଙ୍ଗୁଠି ଫୁଟାଇବା ସମୟରେ ହାଡ ପରସ୍ପର ମଧ୍ୟରେ ବାଜିବାରୁ ଶବ୍ଦ ହୋଇଥାଏ । କିନ୍ତୁ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଙ୍ଗୁଠି ଫୁଟାଇବା ସମୟରେ ଯେଉଁ ଶବ୍ଦ ହୋଇଥାଏ ତାହା ହାଡ଼ ସହିତ କୌଣସି ସମ୍ପର୍କ ନଥାଏ । ବୈଜ୍ଞାନିକମାନଙ୍କ ମତରେ ଆଙ୍ଗୁଠି ଗଣ୍ଠି ପାଖରେ ଏକ ତରଳ ପଦାର୍ଥ ରହିଥାଏ ଯାହାକୁ ସିନୋଭିଆଲ୍ ଫ୍ଲୁଇଡ୍ କୁହାଯାଏ । ଏହି ଫ୍ଲୁଇଡରେ ବାୟୁ ମିଶ୍ରଣ ହୋଇ ରହିଥାଏ । ଯେତେବେଳେ ଆମେ ଆଙ୍ଗୁଠିକୁ ଆବଶ୍ୟକତାରୁ ଅଧିକ ବଙ୍କା କରିଥାନ୍ତି ସେହି ବାୟୁ ବବଲ୍ ରୂପରେ ଫ୍ଲୁଇଡରୁ ବାହାରିବାକୁ ଲାଗିଥାଏ ଏବଂ ବବଲ୍ ବାହାରିବା କାରଣରୁ ଶବ୍ଦ ହୋଇଥାଏ ।

ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ବାରା କ’ଣ ହୋଇଥାଏ କ୍ଷତି-

୧. ହାଡ ଦୁର୍ବଳ ହେବା

କିଛି ଡାକ୍ତରଙ୍କ କହିବା ଅନୁସାରେ ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ବାରା ଆମକୁ ଆରମ ମିଳିଥାଏ କିନ୍ତୁ ଏହାଦ୍ବାରା ହାଡ ଦୁର୍ବଳ ହେବାକୁ ଲାଗିଥାଏ । କାରଣ ଏହା ଲିଗାମେଟ୍ ର ସାହାଯ୍ୟରେ ଯୋଡି ହୋଇଥାଏ ଏବଂ ଯେତେବେଳେ ଆମେ ହାଡ଼କୁ ସ୍ଟ୍ରେଚ୍ କରିଥାଉ ତାହା ଦୁର୍ବଳ ହେବାକୁ ଲାଗିଥାଏ ।

୨. ଆଙ୍ଗୁଠି ଫୁଲିବା

ଯେଉଁ ଲୋକମାନଙ୍କର ବାରମ୍ବାର ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ଥାଏ ସେମାନଙ୍କର ଆଙ୍ଗୁଠି ଫୁଲିଥାଏ । ସେଥିଲାଗି ଯଦି ଆପଣଙ୍କର ଏହି ଅଭ୍ୟାସ ରହିଛି ତେବେ ଏହାଠାରୁ ଦୁରେଇ ରୁହନ୍ତୁ ।

୩. ଆଙ୍ଗୁଠିର ଗଣ୍ଠି ଖସି ଯାଇପାରେ

ଯଦି ଆପଣ ଅଧିକ ଜୋରରେ ଆଙ୍ଗୁଠିକୁ ଦବାଉଛନ୍ତି ତେବେ ଏହାଦ୍ବାରା ଆପଣଙ୍କର ଆଙ୍ଗୁଠି ଗଣ୍ଠି ଖସି ଯାଇପାରେ ।

୪. ହାତ ଦୁର୍ବଳ ହୋଇଥାଏ

ଯେଉଁମାନେ ଆଙ୍ଗୁଳି ଫୁଟାଇଥାନ୍ତି ସେମାନଙ୍କ ହାତ ଦୁର୍ବଳ ହୋଇଥାଏ । ଥରେ କିମ୍ବା ଦୁଇଥର ଆଙ୍ଗୁଠି ଫୁଟାଇବା ଦ୍ବାରା ସମସ୍ୟା ହୋଇନଥାଏ ଯଦି ଏହା ଆପଣଙ୍କର ଖରାପ ଅଭ୍ୟାସ ହେଉଛି ତେବେ ଏହି ଅଭ୍ୟାସକୁ ଛାଡ଼ନ୍ତୁ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ