କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ତୁଳସୀ ଦାସଙ୍କ ଏହି ଉପଦେଶ ଦେଖାଇଥାଏ ସଫଳତାର ମାର୍ଗ, ଜାଣନ୍ତୁ କଣ ସେହି ଉପଦେଶ ଯାହା ମନୁଷ୍ୟ ପାଇଁ ଅତି ଆବଶ୍ୟକ…

ଭୁବନେଶ୍ୱର ୨୯/୦୧ : ହିନ୍ଦୁ ଧର୍ମରେ ଅନେକ ଗ୍ରନ୍ଥ ରହିଛି , ଯାହାକି ମନୁଷ୍ୟ ଜୀବନରେ ବହୁ ଗୁରୁତ୍ୱ ବହନ କରିଥାଏ । ସେହିପରି ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ରଚିତ ରାମଚରିତମାନସ ଏକ ଏପରି ଗ୍ରନ୍ଥ ଯାହା ଜୀବନରେ ଆଗକୁ ବଢିବାର ପ୍ରେରଣା ଦେଇଥାଏ । କୁହାଯାଏ, ଏହାକୁ ପଢିବା ଦ୍ୱାରା ଜଣେ ବ୍ୟକ୍ତି ନିଜ ଜୀବନ ସହ ଜଡିତ ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ । ଜୀବନରେ ଏମିତି ଅନେକ ସମସ୍ୟା ଆସିଥାଏ , ଯାହାକୁ ପାର କରିବା ଅତ୍ୟନ୍ତ କଠିନ ହୋଇଥାଏ । କିନ୍ତୁ ସେହି ସମସ୍ୟାର ସମାଧାନ ପାଇଁ ଏହି ଗ୍ରନ୍ଥ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ତୁଳସୀ ଦାସଙ୍କ ଜୀବନ ସହ ଜଡିତ କିଛି ଏମିତି କଥା ଯାହାକୁ ଆପଣେଇ ବ୍ୟକ୍ତି ନିଜ ଜୀବନକୁ ସାକାର କରିପାରିବ ।

କର୍ମ :

ତୁଳସୀ ଦାସ କହିଛନ୍ତି ଭଗବାନ ଏହି ସଂସାରକୁ କର୍ମ ପ୍ରାଧାନ୍ୟ କରିଛନ୍ତି । ଯେଉଁ ମଣିଷ ଯେପରି କର୍ମ କରିଥାଏ, ତାହାର ଫଳ ତାକୁ ସେହି ପରି ମିଳିଥାଏ । ସେଥିଲାଗି ଆମକୁ ନିଜ କର୍ମ ଉପରେ ଭରସା ରଖିବା ଉଚିତ । ଏହା ଆମ ଜୀବନକୁ ଆଗକୁ ବଢ଼ିବାରେ ମାର୍ଗ ଦର୍ଶାଇଥାଏ ।

ନମ୍ରତା:

ତୁଳସୀ ଦାସଙ୍କ ଅନୁସାରେ, ଯେପରି ବୃକ୍ଷ ଫଳ ଧରିଲା ପରେ ନଇଁ ଯାଏ, ଠିକ ସେହିପରି ମନୁଷ୍ୟ ପାଖରେ ଧନ ଆସିଗଲେ ତା ମଧ୍ୟରେ ନମ୍ରତାର ବାସ ହେବା ଉଚିତ । ଯେଉଁ ମଣିଷ ମନରେ ଏହି ଭାବନା ଆସିନଥାଏ , ତାହା ପାଖରେ ସଫଳତା ଅଧିକ ସମୟ ରହିନଥାଏ ।

ସୁଖ :

ପ୍ରକୃତ ମଣିଷ ସେହି ହୋଇଥାଏ ଯିଏ ନିଜେ କଷ୍ଟ ସହି ଅନ୍ୟକୁ ସୁଖ ଦେଇଥାଏ । ଯେପରି ବୃକ୍ଷ ନିଜେ ଉତ୍ତାପ ସହି ଅନ୍ୟକୁ ଛାୟା ଦେଇଥାଏ । ଠିକ ସେହିପରି ମଣିଷ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ ।

ସ୍ୱପ୍ନ ଦେଖିବା :

ତୁଳସୀ ଦାସ କହିଛନ୍ତି ନିଜର ସ୍ଥିତି ଠାରୁ ଅଧିକ ବିସ୍ତାର କରିବା ଉଚିତ ନୁହେଁ । କେବଳ ସେହି ସ୍ୱପ୍ନ ଦେଖନ୍ତୁ ଯାହାକୁ ପୁରଣ କରିପାରିବେ ।

ଧର୍ଯ୍ୟ :

କୌଣସି ବି କଠିନ ପରିସ୍ଥିତିରେ ଭଗବାନ ରାମ ନିଜର ଧର୍ଯ୍ୟ ହରାଇନଥିଲେ । ସେ ପ୍ରତ୍ୟେକ ସମସ୍ୟାରେ ଧର୍ଯ୍ୟର ସହ କାମ କରିଛନ୍ତି । ସେଥିଲାଗି ଆମେ ଭଗବାନ ରାମଙ୍କ ଭଳି ପ୍ରତ୍ୟେକ ସମସ୍ୟାରେ ଧର୍ଯ୍ୟ ଏବଂ ଶାନ୍ତିର ସହ କାର୍ଯ୍ୟ କରିବା ଉଚିତ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ